ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦିନକୁ ଦିନ କରୋନା ଦେଶରେ ତାର କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଏବେ ୧୦ ରେ ପହଞ୍ଚିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମସ୍ତ ସତର୍କତା ଅବଲମ୍ବନ କରୁଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ୧ ଶହ ଟପିଛି । ସେହିଭଳି କେରଳରେ ୯୫ ଟି କେସ ସାମ୍ନାକୁ ଆସିଛି ।
ବର୍ତ୍ତମାନ ଦେଶରେ କରୋନା ପାଇଁ ସାରା ଦେଶରେ ୪୦ ପ୍ରତିଶତ ଜିଲ୍ଲା ଏବେ ଲକ ଡାଉନ ସରିଛି । ଏବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୫୧୧ ରେ ପହଞ୍ଚିଛି । ସୂଚନାଯୋଗ୍ୟ ଆଜିଠାରୁ ରାଜ୍ୟରେ ଆଉ ୯ ଟି ଜିଲ୍ଲାକୁ ଲକ ଡାଉନ କରାଯାଇଛି । ଆଜି ସକାଳୁ ପୋଲିସ ନୂଆ ଲକ ଡାଉନ ଘୋଷଣା ହୋଇଥିବା ଜିଲ୍ଲା ଗୁଡିକୁ କଡାକଡି କରିଛନ୍ତି । ଆଜି ସକାଳୁ ସ୍ୱଚ୍ଛାକୃତ ଭାବେ ଲୋକମାନେ ଏହି ଲକ ଡାଉନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଗତକାଲି ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆଜି ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡାର ସବୁ ଅଞ୍ଚଳକୁ ଲକ ଡାଉନ ଘୋଷଣା କରାଯାଇଛି ।