ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ମଧ୍ୟ ରାତ୍ରିରୁ ସାରା ଦେଶରେ ଲକ ଡାଉନ ପାଳନ ହୋଇନି । ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗତକାଲି କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି । ତେବେ ଏହି ଅବସରରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଟକଣା ଜୋରଦାର କରାଯାଇଛି । ତେବେ ଏହିଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି କିଛି ଅସାଧୁ ଲୋକ ଘରେ ରହିବା ପରିବର୍ତ୍ତେ ବାହାରେ ବୁଲାବୁଲି କରୁଛନ୍ତି । ତେବେ ଏଣିକି ଲକ ଡାଉନ ଭାଙ୍ଗିଲେ ଆଉ ନିସ୍ତାର ନାହିଁ । ଲକ ଡାଉନ ଭାଙ୍ଗିଲେ ଏଣିକି ଭୋଗିବାକୁ ପଡିବ ୨ ବର୍ଷର ଜେଲ ।
ଗତକାଲି ପ୍ରଧାନମନ୍ତ୍ରୀ ଲକ ଡାଉନ ଘୋଷଣା କରିବା ବେଳେ କହିଥିଲେ କହିଥିଲେ ଏହାକୁ ଏକ ପ୍ରକାର କର୍ଫ୍ୟୁ ବୋଲି ମାନି ନବାକୁ ପଡି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପନକ୍ଷରୁ କିଛି ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି । ଗୃହମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୁହାଯାଇଛି ଏହି ସମୟରେ ନିୟମ କଡାକଡି କରିବାକୁ । ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା କଡାକଡି ନିୟମକୁ ଭାଙ୍ଗିଲେ ୨୦୦ ଟଙ୍କା ଜରିମାନା ସହିତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ସେହିଭଳି ଯଦି ଭଙ୍ଗକାରୀ ଦଙ୍ଗା କରନ୍ତି ତେବେ ୬ ମାସ ହୋଇପାରେ ଜେଲ । ସେହିଭଳି ଭଙ୍ଗକାରୀ ଯଦି ଅନ୍ୟ କାହାର କ୍ଷତି ଘଟାନ୍ତି ତେବେ ଏଥିପାଇଁ ଭୋଗିବାକୁ ପଡିବ ୨ ବର୍ଷର ଜେଲ । ଅନ୍ୟପଟେ କରୋନା ଭାଇରସକୁ ନେଇ ଗୁଜବ ସୃଷ୍ଟି କଲେ ମଧ୍ୟ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।