ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶରେ ଏବେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଲକ ଡାଉନ କୋହଳ ହେବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୮୦୨ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂଖ୍ୟା ମିଶିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଛି । ଏବେ ଦେଶରେ ମୋଟ ୪,୨୦୪,୬୧୩ରେ ପହଞ୍ଚିଛି ।
ଏଥି ମଧ୍ୟରୁ ୩୨୫୦୪୨୯ ଲୋକ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ଆକ୍ଟିଭ କେସ ୮୮୨୫୪୨ ରହିଛି । ବିଶ୍ୱ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟରେ ରହିଛି ।