ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ପ୍ରତି ମୂହୂର୍ତ୍ତରେ ବଢୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସେହିଭଳି ଦେଶରେ ମଧ୍ୟ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାକୁ ବସିଲାଣି । ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିବାକୁ ବସିଲାଣି । ଏବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୫୬୨ ରେ ପହଞ୍ଚିଛି । ସେହିଭଳି ମୃତକଙ୍କ ସଂଖ୍ୟା ୧୧ ରେ ପହଞ୍ଚିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୫୦ ରୁ ଅଧିକ ରହିଛନ୍ତି ବିଦେଶୀ ନାଗରିକ ।
ତେବେ ଏହି କରୋନାକୁ କାବୁ କରିବା ପାଇଁ ଏବେ ଗୋଟିଏ ଶେଷ ଉପାୟ ହେଲା ନକ ଡାଉନ । ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନରେ ରହିବ ଭାରତ । ଗତକାଲି ମଧ୍ୟ ରାତ୍ରି ଠାରୁ ଏହି ନିୟମ କଡାକଡି ଭାବେ ପାଳନ କରାଯାଇ ଆସୁଛି । ତେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରି କହିଛନ୍ତି ଅତି ଜରୁରୀ କାର୍ଯ୍ୟନଥିଲେ ବାହାରକୁ ନ ବାହାରିବାକୁ । ଏହି ଲକ ଡାଉନ ଏକ ପ୍ରକାରେ ଘର ଆଗରେ ଲକ୍ଷ୍ମଣରେଖା ଟାଣିଛି । ବାହାରକୁ ଗଲେ ନିଜ ଓ ପରିବାର ପାଇଁ କରୋନା ବିପଦ ହୋଇ ଆସିବ । ପୋଲିସ ମଧ୍ୟ ଲକଡାଉନକୁ କଡାକଡି ଭାବେ ପାଳନ କରୁଛି । ଯଦି କେହି ଅମାନିୟା ନିୟମ ଉଲ୍ଲଘଂନ କରୁଛି ତେବେ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ରହିଛି ।