ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସୋରା ବିଶ୍ୱ ଏବେ କରୋନା ଭାଇରସ କବଳରେ ଗଶଣ୍ଟି ଚକଟି ହେଉଛନ୍ତି । ଭାରତ ମଧ୍ୟ ସମାନ ଅବସ୍ଥା ଭୋଗ କରୁଛି । ଭାରତରେ ମଧ୍ୟ ପ୍ରତ୍ୟକ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ କଣ୍ଟ୍ରୋଲ କରିବା ପାଇଁ କେନ୍ଦ୍ର ସରକାର ଗତକାଲି ଠାରୁ ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ସମୟରେ ସାଧାରଣ ଲୋକ କାମ ନଥିବାରୁ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ତେବେ ଆଜି କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରି ଲୋକଙ୍କୁ ଆସ୍ୱସ୍ତି ଦେଇଛନ୍ତି । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ପ୍ୟାକେଜରେ କାହା ପାଇଁ କ’ଣ ରହିଛି ।
୧. ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ ଓ ସଫେଇ କର୍ମଚାରୀ ସମସ୍ତଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
୨. ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୫ କେଜି ଚାଉଳ , ଗହମ ଦିଆଯିବ । ସେହିଭଳି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ ।
୩. ଉଜ୍ଜଳା ଯୋଜନାରେ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ଯୋଗାଇ ଦିଆଯିବ । ଯାହାର ଫାଇଦା ପାଇବେ ୮ କୋଟି ମହିଳା
୪. କିଷାନ ଯୋଜନାରେ ଅତିରିକ୍ତ ୨ ହଜାର ଟଙ୍କା ଲେଖାଏଁ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ମିଳିବ ।
୫. ଜନଧନ ଖାତା ଯୋଜନାରେ ମହିଳା ମାନଙ୍କୁ ୫୦୦ ଟଙ୍କା ଲେଖାଏଁ ମିଳିବ ।
୬. ଦୀନ ଦୟାଲ ଏସଏଚଜି ଗ୍ରୁପକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଋଣ ମିଳିବ
୭. ବିଧବା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦୁଇଟି କିସ୍ତିରେ ୧ ହଜାର ଟଙ୍କା ମିଳିବ ।