ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ ହୋଇ ରହିଥିଲେ ମଧ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ପ୍ରତ୍ୟକ ଦିନ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଛି । ଯାହା ଏବେ ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ । କାରଣ ସମଗ୍ର ଦେଶ ପାଇଁ ଆସନ୍ତା ୨ ସପ୍ତାହ ବେଶ ଗରୁତ୍ୱପୂର୍ଣ୍ଣ ରହିଛି । କାରଣ ଏହି ସମୟ ମଧ୍ୟରେ ଲୋକମାନେ ଯଦି ସାମଜିକ ଦୂରତ୍ୱ ନ ମାନିଲେ ତେବେ ଚୀନ , ଇଟାଲୀ ଓ ଆମେରିକା ପରି ଦେଶରେ ମଧ୍ୟ କରୋନା ବେକାବୁ ହୋଇଯିବ । ଦେଶରେ ଏବେ ୧୯୬୫ରେ ପହଞ୍ଚିଛି ।
ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି । ସେହିଭଳି ଯଦି ଆମେ ଆମ ରାଜ୍ୟ ଓଡିଶା କଥା କହିବା ଆମ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ଜଣେ ୬୦ ବର୍ଷର ବୃଦ୍ଧ ଏହି କରୋନା ଭାଇରସର ଶୀକାର ହୋଇଛନ୍ତି । ସେହିଭଳି ଦ୍ୱିତୀୟ କରୋନା ସଂକ୍ରମିତ ଗତକାଲି ସୁସ୍ଥ ହୋଇଥିବା ଜଣା ପଡିଛି । ତାଙ୍କ ରିପୋର୍ଟ ଏବେ ନେଗେଟିଭ ବାହାରିଛି ।