ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏମିତି ଦେଶରେ କରୋନା ଭାଇରସ ବଡ ତୀବ୍ର ଗତିରେ ବଢୁଥିବା ବେଳେ ବେଳେ ଏବେ ତବଲିଗି ଜମାତରେ ଯୋଗଦେଇଥିବା ବ୍ୟକ୍ତମାନେ ସାରା ଦେଶେ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଦିଲ୍ଲୀର ନିଜାମ ଉଦ୍ଧିନରେ ହୋଇଥିବା ଏହି ସମାବେଶରେ ବିଭିନ୍ନ ରାଜ୍ୟରୁ ପାଖାପାଖି ୪ ହଜାର ୪୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ ।
ଏବେ ସୂଚନା ମିଳିଛି କେବଳ ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ବୈଠକ ଏବେ କରୋନା ଭାଇରସର ହଟସ୍ପଟ ହୋଇପାରେ ବୋଲି ଅନୁମାନ କରାଯାଉଛି । ସରକାରୀ ତଥ୍ୟ ଅନୁଯାୟୀ, ତବଲିଗି ଜମାତର ୧୬ ଜଣ ସଦସ୍ୟ ଯେଉଁ ୩ ବିଦେଶୀ ଓ ୧୩ ଜଣ ଭାରତୀୟଙ୍କ ସମ୍ପର୍କରେ ଆସିଥିଲେ ସେମାନେ ପ୍ରାଣ ହରାଇଛନ୍ତି ଜ୍ଝ ଦିଲ୍ଲୀରେ ତବଲିଗି ଜମାତ ଓ ତାଙ୍କ ସମ୍ପର୍କରେ ଆସିଥିବା ୨୩୪୬ ଜଣଙ୍କୁ କ୍ଵାରେଣ୍ଟାଇନ କରାଯାଇଛି ଜ୍ଝ ୫୩୬ ଜଣଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେଇଛି ।
ଅନ୍ୟପଟେ ଦିଲ୍ଲୀ ପୁଲିସ ମୌଲାନା ସାଦଙ୍କୁ ବୁକ୍ କରିଛି । ନିରୁଦ୍ଦିଷ୍ଟ ମୌଲବିଙ୍କୁ ଠାବ କରିବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ ଚଳାଇଛନ୍ତି । ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣଙ୍କ ଦେହରେ କରୋନା ସଂକ୍ରମିତ ଭୂତାଣୁ ନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।