ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୩୫୬ ଜଣ ସଂକ୍ରମିତ ହୋଇ ସାରିଲେଣି । ସେହିଭଳି ମୃତକଙ୍କ ସଂଖ୍ୟା ୨୭୩ ରେ ପହଞ୍ଚିଛି । ସବୁଠାରୁ ବଡ କଥା ହେଲା ଗତକାଲି ୯୦୯ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆସନ୍ତା ୧୪ ତାରିିଖରେ କେନ୍ଦ୍ର ସରକାର ଲାଗୁ କରିଥିବା ଲକ ଡାଉନ ସରିବାକୁ ଯାଉଥିବା ବେଳେ ଖୁବ ଶୀଘ୍ର କେନ୍ଦ୍ର ସରକାର ଏନେଇ ଘୋଷଣା କରି ପାରନ୍ତି ।
ସୂଚନାଯୋଗ୍ୟ ପ୍ରତ୍ୟକ ଦିନ ଆମେରିକାରେ ଶତାଧିକ ଲୋକଙ୍କର ଜୀବନ ନେଉଛି ଏହି ମହାମାରୀ ସବୁଠାରୁ ବଡ ଦୁଃଖଦ କଥା ହେଲା ଆମେରିକାରେ ଏହି ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଶହ ଲୋକଙ୍କ ଜୀବନ ନେଇଛି କରୋନା । ଆମେରିକାରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ ହଜାର ଅତିକ୍ରମ କରି ଯାଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫ ଲକ୍ଷ ୩୨ ହଜାର ୮୭୯ । ଯଦି ସାରା ବିଶ୍ୱ କଥା ଦେଖିବା ବିଶ୍ୱରେ କରୋନା ଭାଇରସରେ ୧୭ ଲକ୍ଷ ୭୯ ହଜାର ୯୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୧ ଲକ୍ଷ ୮ ହଜାର ୭୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଲକ୍ଷ ୨ ହଜାର ୭୦୯ ଜଣ ଭଲ ହୋଇଛନ୍ତି । ଇଟାଲିରେ ମଧ୍ୟ କରୋନା କାବୁକୁ ଆସୁନି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।