ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିକୁ ଦିନ ବଢିବାରେ ଲାଗିଛି । ତେବେ ଆଜି ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୫୯ ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୨୦ ରେ ପହଞ୍ଚିଛି । ସେହିଭଳି ୧୫୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏବେ ସାରା ଦେଶରେ ୧୦୮୨୪ ଟି ଆକ୍ଟିଭ କେସ ରହିଛି । ଯେଉଁମାନେ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ସବୁଠାରୁ ବଡ କଥା ହେଉଛି ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଏବେ ଟିକେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି ।
ପୁର୍ବରୁ ଯେଉଁ ଭଳି ଭାବେ ପଜିଟିଭ କେସ ଆସୁଥିଲା ଏବେ ଏହା ଅନେକାଶଂରେ କମିଛି । ଅନ୍ୟପଟେ ରାଜ୍ୟ କଥା ଯଦି ଆମେ ଦେଖିବା ରାଜ୍ୟରେ ମଧ୍ୟ ସଂଖ୍ୟା ସ୍ଥିିର ରହିଛି । ଅର୍ଥାତ ସେହି ୬୦ ପଜିଟିଭ ସଂଖ୍ୟା ରହିଛି । ରାଜ୍ୟବ୍ୟାପି ୩୫ଟି କୋଭିଡ୍ ଡାକ୍ତରଖାନା ଯୋଜନାରେ ଆଜି ସୁଦ୍ଧା ୨୧ ଜିଲ୍ଲାରେ ୨୪ ଟି ସ୍ବତନ୍ତ୍ର ହସପିଟାଲ କାର୍ୟ୍ୟକ୍ଷମ ହୋଇଛି । ଆଗାମି ୨୦ ତାରିଖ ସୁଦ୍ଧା ଅନ୍ୟ ୧୧ ଟି କାର୍ୟ୍ୟକରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି।