ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ) ; ଏବେ ମହାରାଷ୍ଟ୍ରରେ ମହାମାରୀ କରୋନା ମାଡିମାଡି ଯାଉଛି । ପ୍ରତ୍ୟକ ଦିନ ଯେଉଁଭଳି ଆକାରରେ ସଂକ୍ରମିତଙ୍କ ସଂକ୍ୟା ବଢିବାରେ ଲାଗିଛି ତାହା ଏବେ ପୁରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ମହାରାଷ୍ଟ୍ରରେ କରୋନା ସ୍ଥିତି ପୁରା ଗମ୍ଭୀର ରହିଛି ।
ସବୁଠାରୁ ବଡକଥା ହେଲା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୦୦୮ ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଯାହା ଏବେ ସମସ୍ଥଙ୍କ ନିଦ ହଜାଇ ଦେଇଛି । ସେହିଭଳି ମୃତ୍ୟୁ ସଂଖ୍ୟା ଯଦି ଦେଖିବା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏଯାବତ ୧୧ ହଜାର ୫୦୬ ଜଣ ସଂକ୍ରମିତ ହୋଇଛନ୍ତି । ୪୮୫ ଜଣଙ୍କର ପ୍ରାଣହାନୀ ହୋଇଛି ।