ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫାଇଜର, ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରେ ଏବେ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ ବି ତାର କରୋନା ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି । ଏନେଇ କମ୍ପାନୀ , କେନ୍ଦ୍ରୀୟ ଔଷଧୀ ନିୟାମକ ରେ ଆବେଦନ କରିଛି । ସେହିଅନୁଯାୟୀ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିବା କମ୍ପାନୀ ମଧ୍ୟରେ ଭାରତ ବାୟୋଟେକ ତୃତୀୟ କମ୍ପାନୀ ହୋଇଯାଇଛି ।
ଅଫିସିଆଲ ସୂତ୍ର ଅନୁସାରେ, କରୋନା ଟୀକାର ବିକାସ ଭାରତ ବାୟୋଟେକ ଦ୍ୱାରା ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ସହିତ ମିଳିତ ଭାବେ ସ୍ୱଦେଶ ରେ କରାଯାଉଛି ।
ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକରେ ଆଶ୍ୱସ୍ତ କରିଥିଲେ କି କୋଭିଡ୧୯ ର ଟୀକା କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ ।
ସେହିଦିନ ସନ୍ଧ୍ୟାରେ ଆମେରିକି ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ଭାରତୀୟ ଶାଖା କେନ୍ଦ୍ରୀୟ ଔଷଧୀ ନିୟାମକଙ୍କୁ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ଏହାପୂର୍ବରୁ ଏହି କମ୍ପାନୀକୁ ବିଟ୍ରେନରେ ଅନୁମତି ମିଳି ସାରିଛି ।