ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କାୟା ମେଲାଇଛି କରୋନା । ଏଥିରୁ ବାଦ୍ ପଡିନି ଭାରତ । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ବି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୨୮୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮ କୁ ବୃଦ୍ଧି ପାଇଛି ।
ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୨୦ ହଜାର ୪୦୬ ଟି ସକ୍ରିୟ କେସ୍ ରହିଥିବା ବେଳେ ୧ ଲକ୍ଷ ୧୯ ହଜାର ୨୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ଏହାସହିତ ଏଥିରେ ଏପର୍ଯ୍ୟନ୍ତ ୬୯୨୯ ଜଣଙ୍କ ମୃତ୍ୟୁ ହୋଇଛି ।