ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଦୃଶ୍ୟ ମହାମାରୀ କରୋନା ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଯାହାଫଳରେ ଦେଶରେ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଏସବିଆଇର ବ୍ୟାଙ୍କିଂ ଆଣ୍ଡ୍ ଇକୋନମିକ୍ କନକ୍ଲେଭ ରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି ଗତ ୧୦୦ ବର୍ଷର ସବୁଠାରୁ ବଡ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ସହ ଯୋଡି ହୋଇଛି କରୋନା ଭାଇରସ । କରୋନା ପାଇଁ ଉତ୍ପାଦନ, ଚାକିରୀ ଏବଂ ସ୍ୱାସ୍ଥ୍ୟ ଉପରେ ଅଭୂତପୂର୍ବ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଏହି ସଙ୍କଟ ବର୍ତ୍ତମାନ ବୈଷୟିକ ବ୍ୟବସ୍ଥା, ବୈଷୟିକ ଭ୍ୟାଲ୍ୟୁ ଚେନ୍ ଏବଂ ବିଶ୍ୱରେ ଲେବର ଆଣ୍ଡ କ୍ୟାପିଟାଲ ମୁଭମେଣ୍ଟକୁ ପ୍ରଭାବିତ କରିଛି ।
ଏହାବ୍ୟତିତ ଅର୍ଥବ୍ୟବସ୍ଥା ପାଇଁ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଶ୍ରୀ ଦାସ ଉଲ୍ଲେଖ ମଧ୍ କରିଛନ୍ତି । ସେ କହିଛନ୍ତି କି କରୋନା କାଳରେ ଆମର ଆର୍ଥିକ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁଏବଂ ଅର୍ଥବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ପଦକ୍ଷେପ ନେଇଛି । ଦେଶ ପାଇଁ ଆର୍ଥିକ ସ୍ଥିରତା ବି ମହତ୍ୱପୂର୍ଣ୍ଣ ।
କରୋନା ସଙ୍କଟ ପୂର୍ବରୁ ୨୦୧୯ ମସିହା ସେପ୍ଟମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ରେ ୧୩୫ ଆଧାର ଅଙ୍କ ହ୍ରାସ କରିଥିଲା । ସେହି ସମୟରେ ଆର୍ଥିକ ବୃଦ୍ଧି ଦରରେ ଆସିଥିବା ମାନ୍ଦାବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ।
କରୋନ ଭାଇରସ ଦୃଷ୍ଟିରେ ରଖି ଏଥରକ ଭର୍ଚୁଆଲ କନକ୍ଲେଭ ଆୟୋଜିତ କରାଯାଇଛି । ଆରବିଆଇର ଅଧିକାରୀଙ୍କ କହିବାନୁସାରେ , କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଛି । ସେଥିପାଇଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ଖୁବ୍ କ୍ଷତି ସହିବାକୁ ପଡିଛି ।