ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱରେ ଛାନିଆ । ଭାରତରେ କରୋନା ପୀଡିତଙ୍କ ସଂଖ୍ୟା ୧୧୨ ରେ ପହଁଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ଇତିମଧ୍ୟରେ କରୋନା ଭାଇରସ ସହ ଜଡିତ ସୂଚନା ଆପଣଙ୍କ ନିକଟରେ ପହଁଚାଇବା ପାଇଁ ମାଇକ୍ରୋସଫ୍ଟ ଏକ ଖାସ୍ ୱବସାଇଟ୍ ଲଞ୍ଚ କରିଛି । ମାଇକ୍ରୋସଫ୍ଟ ର ବିିଙ୍ଗ ଟିମ୍ ଏହି ୱେବସାଇଟକୁ ନିର୍ମାଣ କରିଛନ୍ତି । ଆପଣଙ୍କୁ କେବଳ ଆପଣଙ୍କ ଫୋନ୍ ବା କମ୍ପ୍ୟୁଟରରେ bing.com/covid ଖୋଲିବାକୁ ହେବ । ଏହାପରେ ଆପଣ ସାରା ଦୁନିଆରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣର ରିୟଲ ଟାଇମ ଅପଡେଟ୍ ନେଇପାରିବେ ।
ଏହି ୱେବସାଇଟ ମାଧ୍ୟମରେ ଆପଣ ଜାଣିପାରିବେ କି , ଦୁନିଆରେ କେତେ ଲୋକ କରୋନାରେ ପୀଡିତ ଏବଂ କେତେ ଲୋକ ସୁସ୍ଥ ହୋଇ ସାରିଲେଣି ଆଉ ଏଥିରେ କେତେ ଲୋକଙ୍କର ମୃତ୍ୟୁ ହେଲାଣି । ଏଥିପାଇଁ ଆପଣ ଯେକୌଣସି ଦେଶର ନକ୍ସା ଉପରେ କ୍ଲିକ କରି ସେହି ଦେଶର କରୋନା ଭାଇରସର ସ୍ଥିତି ବିଷୟରେ ଜାଣି ପାରିବେ ।
ଅନ୍ୟପଟେ ଗୁଗଲ ପକ୍ଷରୁ ବି ଅନ୍ୟ ଏକ ୱେବସାଇଟ ନିର୍ମାଣ କରାଯାଉଛି । ଯାହାଦ୍ୱାରା ସାରା ଦେଶର ଲୋକେ ସେମାନଙ୍କ ଆଖପାଖ ଅଞ୍ଚଳରେ ଥିବା କରୋନା ଭାଇରସ ଟେଷ୍ଟିଙ୍ଗ ସେଣ୍ଟର ବିଷୟରେ ଜାଣିପାରିବେ । ଏହାସହିତ ଏହି ୱେବସାଇଟ୍ ମାଧ୍ୟମରେ କରୋନା ଭାଇରସର ଲକ୍ଷଣ ବିଷୟରେ ଲୋକେ ଜାଣିପାରିବେ ।