ଚଣ୍ଡିଗଡ (ଏଟିଆର ବ୍ୟୁରୋ): ଜେଲରୁ ମୁକ୍ତ ହେବେ କଏଦୀ ? ଏହିଭଳି କିଛି କିଛି ପ୍ରସ୍ତାବ ଆଣିଛନ୍ତି ପଞ୍ଜାବ ସରକାର । ଦେଶରେ ଧୀରେ ଦୀରେ କରି କରୋନା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଥିବାରୁ ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମାନେ ନିଜ ନିଜ ସ୍ଥରରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିଛନ୍ତି । ତେବେ ଏହିଭଳି ସମୟରେ ପଞ୍ଜାବ ସରକାରଙ୍କ ନିକଟରେ ଜେଲ କତ୍ତୃପକ୍ଷ ଜେଲଗୁଡିକରେ ଥିବା କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଆଣିଛନ୍ତି । ପଞ୍ଜାବର ଜେଲଗୁଡିକରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏହାଫଳରେ ଜେଲ ପରିସରରେ ଅଧିକ ସଂଖ୍ୟାକ କଏଦୀ ରହିବା ଫଳରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଆଶଙ୍କା ପାଇଛି । ତେଣୁ ଛୋଟ ଛୋଟ ଅପରାଧରେ ଗିରଫ ହୋଇଥିବା ମୁକ୍ତ କରିବାକୁ ସରକାରଙ୍କ ନିକଟରେ ଜେଲ କତ୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି । ପଞ୍ଜାବର ଜେଲ ପରିସରରେ କଏଦୀ ଭାବେ ଥିବା ୩ ହଜାର ଡ୍ରଗ୍ସ ବେପାରୀ ଓ ୨ ହଜାର ୮ଶହ ଛୋଟ ଅପରାଧରେ ଗିରଫ ବ୍ୟକ୍ତିଙ୍କୁ ମୁକ୍ତ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ୫ ହଜାର ୮ଶହ କଏଦୀଙ୍କୁ ମୁକ୍ତ କରିବା ପାଇଁ ଜେଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଆଗରେ ପ୍ରସ୍ତାବ ଉପସ୍ଥାପନ କରିଛି। ୩ ହଜାର ଡ୍ରଗ୍ସ ବେପାରୀଙ୍କୁ ଏନଡିପିଏସ ମାମଲାରେ ଗିରଫ କରାଯାଇଥିଲା।
ଏମାନଙ୍କ ଠାରୁ ବହୁତ କମ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା। ସେହିପରି ଛୋଟ ଧରଣ ଚୋରି କରି ଗିରଫ ହୋଇଥିବା ୨ ହଜାର ୮ ଶହ କଏଦୀଙ୍କୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତାବ ମିଳିଛି। କରୋନା ଯେମିତି ଜେଲରେ ନ ବ୍ୟାପିବ, ସେଥିପାଇଁ କର୍ତ୍ତୃପକ୍ଷ ଏଭଳି ପ୍ରସ୍ତାବ ଦେଇଛନ୍ତି। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ବୈଠକ କରିବା ପରେ ନେବେ। ସେହିପରି କିଛି କଏଦୀଙ୍କୁ ଜାମିନ ଓ ପ୍ୟାରୋଲ ଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ସୂପ୍ରିମକୋର୍ଟ ବିଭିନ୍ନ ରାଜ୍ୟକୁ ନୋଟିସ କରି ଦିନକୁ ଦିନ ବିଭିନ୍ନ ଜେଲରେ କଏଦୀଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ।