କୋଲକାତା ( ଏଟିଆର ବ୍ୟୁରୋ): ଗତ ୩୦ ବର୍ଷ ତଳେ ମମତା ବାନାର୍ଜିଙ୍କ ଉପରେ ହୋଇଥିବା ଆକ୍ରମଣର ଏବେ ରଫାଦଫା କରିବାକୁ କୋର୍ଟରେ ମାମଲା ଲଢୁଥିବା ଓକିଲ ନିବେଦନ କରିଛନ୍ତି । ସୂଚନା ଅନୁସାରେ ଗତ ୩୦ ବର୍ଷ ତଳେ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସେତେବେଳେ ମମତାଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା । ଯାହା ଫଳରେ କିଛିଦିନ ମମତାଙ୍କୁ ହସପିଟାଲରେ ରହି ଚିକିତ୍ସିତ ହେବାକୁ ପଡିଥିଲା । ତେବେ ଏହି ସମୟରେ କିଛି ଲୋକଙ୍କୁ ଏଥିରେ ଅଭିଯୁ୍କ୍ତ କରାଯାଇଥିଲା ।
ତେବେ ଉକ୍ତ ମାମଲାରେ କେତେଜଣଙ୍କର ଏବେ ମୃତୃୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କର ଏବେ ଖୋଜ ଖବର ନାହିଁ । ତେଣୁ ଓଖିଲ ଏହି ମାମଲାକୁ ବନ୍ଦ କରି ଦେବାକୁ ଅଦାଲତଙ୍କୁ ନିବେଦନ କରିଥିଲେ । ମାମଲା ଲଢୁଥିବା ଓକିଲଙ୍କ କହିବା କଥା ଘଟଣାକୁ ୨୯ ବର୍ଷ ବିତି ଗଲାଣି ।
କିଛି ଅଭିଯୁ୍କ୍ତଙ୍କର ମୃତ୍ୟୁ ହୋଇ ସାରିଲାଣି । ଲାଲୁ ଆଲମ ନାମକ ଜଣେ ବ୍ୟକ୍ତିଙ୍କୁ ଏହି କେଶରେ ସାକ୍ଷୀ କରାଯାଇଥିଲା । ମାମଲା ଏତେ ଦିନ ଧରି କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିଲା ନାହିଁ । ତେଣୁ କୋର୍ଟ ଏହି ମାମଲାକୁ ଏଇଠି ବନ୍ଦ କରିଦେବାକୁ ସେ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଏହି ମାମଲା ଯଦି ଆଗକୁ ଚାଲେ ଏଥିରେ ଜଡିତ ଅନ୍ୟକିଛି ଲୋକ ତୁଚ୍ଛାଟାରେ ଅସୁବିଧାରେ ପଡିବେ ।