ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ୧୯୮୧ ମସିହାର ବେହମାଇ ହତ୍ୟାକାଣ୍ଡର ୩୯ ବର୍ଷ ପରେ ଆଜି ଫଇସଲା ହେବାକୁ ଯାଉଛି ।
ଘଟଣାର ମୁଖ୍ୟ ଅଭିଯୁକ୍ତ ଫୁଲନ ଦେବୀଙ୍କ ଓ ଅନ୍ୟ ଦୋଷୀ ମାନଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇ ଯାଇଥିବା ବେଳେ ମାମଲାର ଫଇସଲା ଆଜି ପର୍ଯ୍ୟନ୍ତ ହୋଇପାରିନି ।
୧୯୮୧ରେ ଫୁଲନ ଦେବୀ ନିଜ ସହିତ ହୋଇଥିବା ଗଣଦୁଷ୍କର୍ମର ପ୍ରତିଶୋଧ ନବାକୁ ଯାଇ ତାଙ୍କ ଗୋଷ୍ଠୀ ସହିତ ବେହମାଇରେ ୨୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ଘଟଣାର ଦୁଇ ବର୍ଷ ପର୍ଯ୍ୟନ୍ତ ପୋଲିସ ଫୁଲନ ଦେବୀଙ୍କୁ ଧରିବାରେ ଅସମର୍ଥ ହୋଇଥିଲା । ପରେ ଫୁଲନ ଦେବୀ ନିଜେ ମଧ୍ୟପ୍ରଦେଶରେ ଆତ୍ମସମର୍ପଣ କରିଥିଲେ ।
୧୯୮୩-୧୯୯୩ ପର୍ଯ୍ୟନ୍ତ ଜେଲ ରହି ଫୁଲନ ଦେବୀ ଜେଲରୁ ବାହାରିବା ପରେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢିଥିଲେ ଏବଂ ମିର୍ଜାପୁରୁ ନିର୍ବାଚନ ଜିତି ଲୋକସଭା ଯାଇଥିଲେ ।
ତେବେ ୨୦୦୧ରେ ଶେର ସିଂହ ରାଣା ଫୁଲନ ଦେବୀଙ୍କୁ ହତ୍ୟା କରିଥିଲେ ।