ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ଭାରତରେ ଲଗାତର ଭାବେ ବଢିବାରେ ଲାଗିଛି । ଏହାର ସଂଖ୍ୟା ଏବେ ଭାରତରେ ୩ ଶହରୁ ଅଧିକ ଟପିଲାଣି । ଇତିମଧ୍ୟରେ ରବିବାର ସକାଳୁ ଆଜି ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ବିହାର ପାଟନାସ୍ଥିତ ଏମ୍ସ ରେ ୩୮ ବର୍ଷିୟ ଏହି ବ୍ୟକ୍ତି ଚିକିତ୍ସିତ ହେଉଥିଲେ, ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଏମ୍ସ ଡାକ୍ତର ସୂଚନା ଦେଇଛନ୍ତି ।
ମୃତକଙ୍କ ନାଁ ସୈଫ୍ ଅଲ୍ଲୀ, ସେ କତରରୁ ଫେରିଥିଲେ ବୋଲି ବିହାରର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର ସ୍ପଷ୍ଟ କରିଛନ୍ତି । ସୈଫ୍ ଙ୍କ କରୋନା ଭାଇରସ ରିପୋର୍ଟ ଆଜି ହିଁ ଆସିଥିଲା । ଯାହା ପଜିଟିଭ୍ ଚିହ୍ନଟ ହୋଇଥିଲା ।
ଅନ୍ୟପଟେ ପାଟନା ଏନଏମସିଏଚ ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଠାରେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛି । ସେ ସ୍କଟଲ୍ୟାଣ୍ଡରୁ ଭାରତ ଫେରିଥିବା କୁହାଯାଉଛି ।