ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ବୁଧବାର କରୋନା ମହାମାରୀକୁ ରୋକିବାର ଉପାୟ ଘୋଷଣା କରିବା ସହ ୯ ଟି ଷ୍ଟେସନରେ ୫୦୩ ଆଇସୋଲେସନ କୋଚ ଉପଲବ୍ଧ କରାଇଛନ୍ତି । କୋଭିଡ୧୯ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ବଢାଇବା ପ୍ରୟାସରେ ୫ଟି ରାଜ୍ୟରେ ଥିବା ୯୬୦ ପରିବର୍ତ୍ତିତ କୋଚ୍ ରେ ୟୁନିଟ୍ସ ରହିଛି ।
ଅଧିକାରୀଙ୍କ ଅନୁସାରେ ରାଷ୍ଟ୍ରୀୟ ଟ୍ରାନ୍ସପୋର୍ଟର ପକ୍ଷରୁ ଦିଲ୍ଲୀ ଛାବନିରେ ୩୩ କୋଚ୍, ଆଦର୍ଶ ନଗରରେ ୩୦, ସଫଦରଗଞ୍ଜରେ ୨୧, ତୁଗଲକବାଦ ଏବଂ ଶାହଦରା ରେ ୧୩ ଏବଂ ପଟେଲ ନଗରରେ ୨୬ ଟି କୋଚ୍ଚ୍ ଉପଲବ୍ଧ କରାଯାଇଛି । ଏହି କୋଚ୍ ର ଉପଯୋଗ ସେହି କ୍ଷେତ୍ରରେ କରାଯାଇ ପାରିବ । ଯେଉଁଠି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଏନଆଇଟିଆଇୟୋଗ ଦ୍ୱାରା ଏକିକୃତ କୋଭିଡ୧୯ ଯୋଜନା ଅନୁସାରେ, ରାଜ୍ୟ ପକ୍ଷରୁ ସୁବିଧା ଏବଂ ସନ୍ଦିଗ୍ଧ ମାମଲାର ପୃଷ୍ଟି ପାଇଁ କ୍ଷମତାକୁ ବଢାଇବାର ଆବଶ୍ୟକତା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦିଶାନିର୍ଦ୍ଦେଶରେ କୁହାଯାଇଛି କି,କୋଚ୍ ର ବ୍ୟବହାର ବହୁତ ସାମାନ୍ୟ ମାମଲା ପାଇଁ କରାଯାଇ ପାରେ । କରୋନା ସଂକ୍ରମିତ ମାମଲାରେ ମହାରାଷ୍ଟ୍ର ପରେ ଦ୍ୱିତୀୟରେ ରହିଛି ଦିଲ୍ଲୀ । ସଂକ୍ରମିତଙ୍କ ସଂଖ୍ୟ ଦ୍ରୁତ ଗତିରେ ବଢି ଚାଲିଛି । ଏହାରି ମଧ୍ୟରେ ଅମିତ୍ ଶାହା ରବିବାର ଦିନ ୫୦୦ ରେଲୱେ କୋଚ୍ ପ୍ରଦାନ କରିବା ସହିତ ଅନେକ ଉପାୟର ଘୋଷଣା କରିଛନ୍ତି । ଯାହା କୋଭିଡ୧୯ ରୋଗୀ ଚିକିତ୍ସା ପାଇଁ ସହାୟକ ହେବ ।
ଏପର୍ଯ୍ୟନ୍ତ ୯୬୦ ଟି ଆଇସୋଲେସନ କୋଚ୍ ଉପଲବ୍ଧ କରାଯାଇଛି । ସେହିଅନୁଯାୟୀ ଦିଲ୍ଲୀରେ ୫୦୩, ଉତ୍ତରପ୍ରଦେଶରେ ୩୭୨, ତେଲେଙ୍ଗାନାରେ ୬୦,ଆନ୍ଧ୍ରପ୍ରଦେଶରେ ୨୦, ମଧ୍ୟପ୍ରଦେଶରେ ୫ । କୋଚ୍ ଗୁଡିକରେ ଚିକିତ୍ସା ଉପକରଣ ଭଳି ଅକ୍ସିଜେନ ସିଲିଣ୍ଡର, କମ୍ବଳ , ଅନ୍ୟ ଚିକିତ୍ସା ସାମାନ ସମେତ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।