ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ଭାରତରେ ୧୦୭ ଛୁଇଁଛି । ଏଥିମଧ୍ୟରୁ ୯୬ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଏହି ସଂକ୍ରମଣରୁ ଭଲ ହୋଇଛନ୍ତି । ଦ୍ରୁତ ବେଗରେ କରୋନା ବ୍ୟାପୁଥିବାର ଦୃଷ୍ଟିରେ ରଖି ୧୦ ରୁ ଅଧିକ ରାଜ୍ୟରେ ସ୍କୁଲ-କଲେଜ ଆଦିକୁ ବନ୍ଦ କରି ଦିଆଯାଇଛି ।
ସେହିପରି ଏହି କରୋନା ଭାଇରସ ସହ ଲଢିବା ପାଇଁ ସାର୍କ ଦେଶ ଦ୍ୱାରା ଆୟୋଜିତ ଏକ ଭିଡିଓ କଂଫ୍ରେସିଙ୍ଗରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କଂଫ୍ରେସିଙ୍ଗରେ କରୋନା ଉପରେ ଆଲୋଚନା ହେବ ।
ଅନ୍ୟପଟେ କରୋନା ଭାଇରସ ସମ୍ବୋନ୍ଧିତ ସୂଚନା ପାଇଁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି ।
Here's a list of all #COVID19 Helpline numbers from various States/UTs. Please keep handy and share with others also.#SwasthaBharat#HelpUsToHelpYou pic.twitter.com/lvuwtETheg
— Ministry of Health (@MoHFW_INDIA) March 15, 2020