ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ନେଇ ଲଗାତର ଭାବେ ଭାରତରେ ସର୍ତ୍ତକତା ଜାରି ରହିଛି । ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଏକ ଶହ ରୁ ଅଧିକ ଛୁଇଁଲାଣି । ଇତି ମଧ୍ୟରେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଦେଶର ଜନତାଙ୍କ ପ୍ରତିକ୍ରିୟା ମାଗିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି କି ଆପଣମାନଙ୍କର ଏହି ପ୍ରୟାସ ଅନେକଙ୍କୁ ସହାୟକ ହୋଇପାରିବ ।
ମୋଦି କହିଛନ୍ତି କି, ଅନେକ ଲୋକ କୋଭିଡ୧୯ ପାଇଁ ଟେକ୍ନୋଲୋଜି ଜରିଆରେ ସମାଧାନ ଜଣାଉଛନ୍ତି । ମୁଁ ସେମାନଙ୍କୁ @mygovindia ଉପରେ ନିଜର ପ୍ରତିକ୍ରିୟା ରଖିବା ପାଇଁ ଅପିଲ କରୁଛି । ଆପଣଙ୍କର ଏହି ପ୍ରୟାସ ଅନେକଙ୍କୁ ସହାୟକ କରି ପାରିବ ।
Harnessing innovation for a healthier planet.
A lot of people have been sharing technology-driven solutions for COVID-19.
I would urge them to share them on @mygovindia. These efforts can help many. #IndiaFightsCorona https://t.co/qw79Kjtkv2
— Narendra Modi (@narendramodi) March 16, 2020
ପ୍ରଧାନମନ୍ତ୍ରୀଙ୍କ ଏହି ଟ୍ୱିଟ୍ ରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଏକ ବ୍ୟାନ୍ ର ରହିଛି । ଯେଉଁଥିରେ ଏକ ଚ୍ୟାଲେଞ୍ଜ ବିଷୟରେ ସୂଚନା ଦିଆଯାଇଛି । ଯାହାର ନାଁ ରହିଛି କୋଭିଡ୧୯ ସଲ୍ୟୁସନ୍ ଚ୍ୟାଲେଞ୍ଜ । ଏହାସହିତ ଏହି ଚ୍ୟାଲେଞ୍ଜର ବିଜେତାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେବାର ଘୋଷଣା ମଧ୍ୟ କରାଯାଇଛି ।
ଏହାପୂର୍ବରୁ ମୋଦି ଟ୍ୱିଟ୍ କରି କହିଥିଲେ କି କରୋନା ଭାଇରାସ ବ୍ୟାପିବାକୁ ରୋକିବା ପାଇଁ ସମନ୍ୱିତ ଏବଂ ମିଳିଭ ଭବେ ପଦକ୍ଷେପ ନିଆଯାଉଛି । ଲୋକ ସୁସ୍ଥ ରୁହନ୍ତୁ ଏହାକୁ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରକାରର ପ୍ରଚେଷ୍ଟା ଛଡାଯିବ ନାହିଁ । ଏହାସହିତ ଏହି ଭାଇରସକୁ ମୁକାବିଲା କରିବା ପାଇଁ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଯୋଗଦାନକୁ ପ୍ରଶଂସା କରିଛନ୍ତି ।