ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନ ପ୍ରକୋପ ଥମିବାର ନାଁ ଧରୁନି । ଦ୍ରୁତ ବେଗରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟାରେ ୬୯୭୭ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି ।
ଏହାପରେ ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧ ଲକ୍ଷ ୩୮ ହଜାର ୮୪୫କୁ ବୃଦ୍ଧି ପାଇଛି । ଏଥିରେ ୭୭ ହଜାର ୧୦୩ ଟି ସକ୍ରିୟ ମାମଲା ରହିଥିବା ବେଳେ ୫୭ ହଜାର ୭୨୧ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୪୦୨୧ ଲୋକଙ୍କର ମୃତ୍ୟୁ ହୋଇଛି ।