ଝାଡଖଣ୍ଡ (ଏଟିଆର ବ୍ୟୁରୋ); ପ୍ରେମ କରିବା କଣ ଏତେ ବଡ ଭୁଲ । ଶେଷରେ ଚାଲିଗଲା ଜୀବନ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡରେ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆରକେ ମହିଳା କଲେଜରେ ପିଜି ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ହିତେନ୍ଦ୍ରକୁମାର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ଦୁହିଁଙ୍କ ପ୍ରେମ ସମ୍ପର୍କ ସାଙ୍ଗସାଥୀଙ୍କ ଠାରୁ ଆରମ୍ଭ କରି ପରିବାର ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଥିଲା । କିନ୍ତୁ ପରିବାର ଲୋକ ଏହାକୁ ଗ୍ରହଣ କରୁନଥିଲେ । ସବୁବେଳେ ଝିଅକୁ ମାଡ ମାରି ହିତେନ୍ଦ୍ର ସହ ନମିଶିବା ପାଇଁ ତାଗିଦ କରୁଥିଲେ । ଯେତେ ମାଡ ଗାଳି ଖାଇଲେ ମଧ୍ୟ ବାରମ୍ବାର ଫୋନରେ କଥା ହେଉଥିଲା ଝିଅ ।
ପିଲାଟି ଦିନରୁ ଛୋଟରୁ ବଡ କରିଥିବା ଝିଅ ବାପା ମାଙ୍କ କଥା ନମାନିବାରୁ ପରିବାର ଲୋକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଏଣୁ ଗତକାଲି ବିଳମ୍ବିତ ରାତିରେ ଶୋଇକି ମୋବାଇଲରେ ଚାଟିଂ କରୁଥିବା ସମୟରେ ଘର ଲୋକ ଜାଣି ପାରିଥିଲେ । ଏହା ପରେ ପରିବାର ଲୋକ ଝିଅକୁ ନିଦ୍ଧୁମ ମାଡ ମାରି ଲହୁ ଲୁହାଣ କରିଥିଲେ । ହେଲେ ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ମୁହଁରେ ତକିଆ ଚାପି ମାରିଦେଇଥିଲେ । ମରିଯିବା ପରେ ଝିଅର ଶବକୁ ରାତିରେ ଦାହ କରିଥିଲେ ।
ସକାଳୁ ଝିଅ ମରିଥିବା ଖବର ଜାଣିବା ପରେ ଗାଁ ଲୋକ ପ୍ରଶ୍ନ କରିବାରୁ ଝିଅ ରାଗରେ କୂଅକୁ ଡେଇଁ ଆତ୍ମହତ୍ୟା କରିଛି ବୋଲି କହିଥିଲେ । ତେବେ ପଡୋଶୀ ଲୋକ ଏହି ଖବର ସମ୍ପର୍କରେ ଅବଗତ ଥିଲେ ମଧ୍ୟ ଚୁପ ହୋଇଯାଇଥିଲେ । କିନ୍ତୁ ପୋଲିସ ପାଖରେ ଏହି ଖବର ପହଁଞ୍ଚିବା ପରେ ବାପା ମାଙ୍କୁ ଜେରା କରିବା ପରେ ସତ କଥା କହିଥିଲେ । ତେବେ ଏହି ଘଟଣାର ଅଧିକ ସତ୍ୟାସତ୍ୟ ପାଇଁ ପୋଲିସ ତଦନ୍ତ ଜାରି କରିଛି ।