ଝିଅ ଫୋନରେ ଗପୁଥିବାରୁ ସନ୍ଦେହ କରି କିରୋସିନ ଲଗାଇ ଜିଅନ୍ତା ଜଳାଇ ଦେଲା ନୃଂଶସ ବାପା । ଏଥିରେ ଝିଅ ଶରୀରର ୭୦ ପ୍ରତିଶତ ଜଳି ଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ଝିଅଟି ଏବେ ସାଘାଂତିକ ଅବସ୍ଥାରେ ଦିଲ୍ଲୀର କେଇଏମ ହସ୍ପିଟାଲରେ ଚିକିତ୍ସିତ ହେଉଛି । ପୋଡି ହୋଇଥିବା ଝିଅଟ ହେଲେ ମନସୁରୀ । ତେବେ ପୋଲିସ ଏହି ଖବର ପାଇବା ପରେ ଅଭିଯକ୍ତ ବାପା ମହମ୍ମଦ ମୁର୍ତିଆଜିକୁ ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ ମୁର୍ତ୍ତିଆଜ ଘରକୁ ଆସି ଝିଅ ମନସୁରୀଙ୍କୁ ଖାଇବା ପାଇଁ ମାଗିଥିଲେ । ତେବେ ଝିଅ ସେତେ ବେଳକୁ ଫୋନ ଗପୁଥିବାର ବାପା ଦେଖିଥିଲେ । ଏଣୁ କୈାଣସି ପୁଅ ସହିତ କଥା ହେଉଛି ଭାବି ପ୍ରଥମେ ମୋବାଇଲକୁ କଚାଡି ଭାଙ୍ଗିବା ପରେ ଝିଅ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ମନସୁରୀଙ୍କ ମା ଦେଖିବା ପରେ ପାଟି କରି ସାଇ ପଡିଶାଙ୍କୁ ଡାକିଥିଲେ । ପରେ ପଡୋଶୀମାନେ ଆସି ଝିଅକୁ ଉଦ୍ଧାର କରି ପ୍ରଥମେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ଏବଂ ପରେ ଅବସ୍ଥା ସାଘାଂତିକ ହେବାରୁ କେଇଏମ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୋଲିସ ଏହି ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ।