କାଶ୍ମୀର (ଏଟିଆର ବ୍ୟୁରୋ); ଆଜି କାଶ୍ମୀରରେ ଆତଙ୍କବାଦୀମାନେ ବଡ ଧରଣର ହମଲା କରିଛନ୍ତି । ଏଥିରେ ୧୮ ଜଣଙ୍କ ଜୀବନ ଚାଲି ଯାଇଛି । ଦକ୍ଷିଣ କାଶ୍ମୀରର ଅୱନ୍ତିପୁରା ଠାରେ ଏଭଳି ଘଟିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି ଫଳରେ ଯବାନଙ୍କ ପ୍ରାଣ ଯାଇଛି । ତେବେ ଏହି ଘଟଣାରେ ଆହତ ହୋଇଥିବା ଯବାନ ଏବଂ ଜନ ସାଧାରଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସୁରକ୍ଷାକର୍ମୀମାନେ ଦଉି ଭାଗରେ ଉଦ୍ଧାର କରିବା ସହିତ ଆଉ ଗୋଟିଏ ଦଳ ଆତଙ୍କବାଦୀ ମାନଙ୍କ ସହିତ ଗୁଳିବିନିମୟ କରିଛି ।
ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ସିଆରପିଏଫ ପକ୍ଷରୁ ଏପର୍ୟ୍ୟନ୍ତ ଏହି ସଂଖ୍ୟାକୁ ସରକାରୀଭାବେ ସ୍ୱୀକାର କରାଯାଇନାହିଁ । ଏହି ଘଟଣାରେ ପ୍ରାୟ ୪୫ ଯବାନ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଜାମ୍ମୁ ଓ କାଶ୍ମୀରର ଡିଜିପି ସ୍ୱୀକାର କରିଛନ୍ତି । ଜୈସ ଇ ମୁହମ୍ମଦ ସଂଗଠନର ଏକ ଶାଖା ସଂଗଠନ ଜୈସ ଅଲ ଆଦିଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
ଆଜି ଦିନ ପ୍ରାୟ ସାଢ଼େ ତିନିଟା ବେଳେ ଯବାନମାନେ ଅନ୍ତିପୁରାର ଗୋରିପୁରା ଅତିକ୍ରମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲଶ । ଫଳରେ ବସଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିଲା । ଏବଂ ବସରେ ଥିବା ଯବାନମାନେ ଗୁରୁତର ଆତହ ହୋଇଛନ୍ତି । ଏବଂ କେତେକ ସାଧାରଣ ଲେଶକ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ଏଠାରେ ଅ ଆଇଇଡିକୁ ଲୁଚାଇ ରଖିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ୍ ଯବାନଙ୍କ ବସ୍ଟି ଛିନଛତର ହୋଇଯାଇଥିଲା। ଏହାପରେ ମଧ୍ୟ ଯବାନମାନେ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗୁଳି ବିନିୟମ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିର ମୁକାବିଲା କରି ନପାରି ଆତଙ୍କବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ହମ୍ଲା ପରେ ଗୋଟିଏ ଟିମ୍ ଆତଙ୍କବାଦୀଙ୍କ ଧରିବାକୁ ଉଦ୍ୟମ କରିଥିବା ବେଳେ ଆଉ ଗୋଟିଏ ଟିମ୍ ଆହତ ଯବାନ ଓ ସାଧାରଣ ଲୋକଙ୍କୁ ହସ୍ପିଟାଲ୍କୁ ନେଇଥିଲେ।