ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ ) ; ଚାରି ବର୍ଷର ଝିଅକୁ ଦୁଷ୍କର୍ମ କଲେ ଶିକ୍ଷକ । ଫଳରେ ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଆଦାଲତ । ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଘଟିଛି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅଭିଯୁକ୍ତ ଶିକ୍ଷକଙ୍କ ନାମ ମହେନ୍ଦ୍ର ସିଂ ଗୌଡ । ସେ ଏକ ସରକାରୀ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ଆସୁଥିବାର ସୂଚନା ମିଳିଛି ା
ସୂଚନା ଅନୁସାରେ ,ଗତ ଜୁଲାଇ ମାସରେ ଘଟିଛି ଏଭଳି ଘଟଣା । ନାବାଳିକା ଜଣକ ରାତ୍ରିରେ ନିଜ ବାପା ମାଙ୍କ ସହ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ମହେନ୍ଦ୍ର ତାଙ୍କୁ ଅପହରଣ କରିଥିଲେ । ଅପହରଣ କରି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ମହେନ୍ଦ୍ର ା ତେବେ ନାବାଳିକା ଜଣକ ମରିଯାଇଥିବ ବୋଲି ଭାବି ମହେନ୍ଦ୍ର ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସେପଟେ ସୌଭାଗ୍ୟବଶତଃ ନାବାଳିକା ଜଣକ ଅଳ୍ପକେ ରକ୍ଷା ପାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଗତ ବିଧବାର ଦିନ ଅତିରିକ୍ତ ସେସନ୍ସ ଜଜ ଦିନେଶ କୁମାର ଶର୍ମା ଏହି କେସ ର ଶୁଣାଣୀ କରି ଆଭିଯୁକ୍ତ ମହେନ୍ଦ୍ରଙ୍କୁ ଫାସି ଦଣ୍ଡା ଦେଶ ଦେଈଛନ୍ତି ।