ମୁମ୍ବାଇ (ଏଟିଆର ବ୍ୟୁରୋ ) ; ଧରାପଡିଲା ଯୁବତୀ ଚୋରା ଚାଲାଣ ବ୍ୟାପାର । ସୀମାପାର ହୋଇ ଭାରତ ଆସୁଛନ୍ତି ଶହ ଶହ ଯୁବତୀ । ଲକ୍ଷ ଲକ୍ଷ ଟଙ୍କାରେ କିଣା ବିକା ହେଉଛନ୍ତି ଯୁବତୀ । ଦଲାଲ ହେଉଛନ୍ତି ମାଲାମାଲ । ଯୁବତୀ ଚୋରାଚାଲାଣର ଫିଟିଲା ବଡ ଗୁମର । ଦେହ ବ୍ୟବସାୟ କରିବା ପାଇଁ ଦଲାଦ ଚଳାଇଛନ୍ତି ବଡ ରାକେଟ । ପୋଲିସ ହାତରେ ଧରା ପଡିଲା ଯୁବତୀ ଚୋରାଚାଲାଣ କାରୀ । ପାଖାପାଖି ୫ ଶହରୁ ଅଧିକ ଯୁବତୀ ଙ୍କୁ ମୁମ୍ବାଇ ଚାଲାଣ କରୁଥିବା ଦଲାଲକୁ ଆଜି ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକର ନାମ ମହମ୍ମଦ ସୈଦୁଲ ଶେଖ । ସେ ଥାଣେ ଜିଲ୍ଲାର ଦୋମ୍ବିବାଲିର ମନପଡା ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ମୁତାବକ , ସୈଦୁଲ ଶେଖ ବାଂଲାଦେଶରୁ ମହିଳା ବିଶେଷକରି ନାବାଳିକା ମାନଙ୍କୁ ଚୋରା ଚାଲାଣ କରି ଭାରତର ମୁମ୍ବାଇରେ ଥିବା ଗ୍ରାହକ ମାନଙ୍କୁ ଯୋଗାଇଥାଏ । ଯାହାଦ୍ୱାରା ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରେ । ଖାଲି ସେତିକି ନୁହେଁ ଗୋଟିଏ ଝିଅକୁ ବିକ୍ରିି କରିବା ଲାଗି ତାକୁ ୫୦୦୦ ଟଙ୍କା କମିଶନ ମିଳୁଥିବା ସେ ସ୍ୱିକାର କରିଛି । ବାଂଲାଦେଶର ଏଜେଣ୍ଟ ମାନେ ସୈଦୁଲ ଶେଖକୁ ଯୁବତୀ ଚାଲାଣ କରାନ୍ତି । ତେବେ ସୈଦୁଲ ଶେଖ ପ୍ରକୃତରେ ବାଂଲାଦେଶର ନାଗରିକ ହୋଇଥିବା ବେଳେ ସେ ୨୦୧୦ ମସିହାରୁ ଭାରତରେ ରହି ଏପରି କାର୍ଯ୍ୟ ଚଳାଇ ଆସୁଛି । ଝିଅ ମାନଙ୍କୁ ଚାକିରୀର ଲୋଭ ଦେଖାଇ ଭାରତ ଆଣୁଥିଲା ସୈଦୁଲ ଶେଖ ।
ବାଂଲାଦେଶରେ ଥିବା ସୈଦୁଲ ଶେଖ ର ଏଜେଣ୍ଟ ମାନେ ସୀମା ପାର କରାଇ ଯୁବତୀ ମାନଙ୍କୁ ଭାରତ ପଠାଇଥାଆନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଏଜେଣ୍ଟ ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଭାରତ ଆଣିଥିବାର ଜଣା ପଡିଛି । ତେବେ ସୈଦୁଲ ଶେଖ କୁ ଧରିବା ଲାଗି ପୋଲିସ ବହୁ ଦିନରୁ ଅଭିଯାନ ଚଳାଇଥିଲେ ହେଁ ସୂଚନାଦାତାଙ୍କ ଖବର ଅନୁଯାଇ ତାକୁ ଧରିବାରେ ସକ୍ଷମ ହୋଇଥିଲା ଥାଣେ ପୋଲିସ । ସେପଟେ ସୈଦୁଲ ଶେଖଙ୍କ ନାମରେ ପୂର୍ବରୁ ୭ ଟି ମାମଲା ଥିବା ଜଣା ପଡିଛି । ଥାଣେ ପୋଲିସ ସୈଦୁଲ ଶେଖଙ୍କ ବିରୋଧରେ ମାନବ ଚାଲାଣର ମାମଲା ରୁଜୁ କରିଛି ।