ରାଜସ୍ଥାନ (ଏଟିଆର ବ୍ୟୁରୋ ) ; ଆଶାରାମକୁ ବାଧୁଛି ଜେଲ ଦଣ୍ଡ । ବୃଦ୍ଧକାଳରେ ଆଉ ସହି ହେଉନାହିଁ ଅଜୀବନ କାରାଦଣ୍ଡ । ରାଜ୍ୟପାଳଙ୍କୁ କ୍ଷମା ମାଗିଲେ ଆତ୍ମଘୋଷିତ ବାବା ଅଶାରାମ ବାପୁ । ନାବାଳିକା ଦୁଷ୍କର୍ମକାରୀ ଆଶାରାମ ବାପୁ ଏବେ ଆଜୀବନ ଜେଲ ସଜା କାଟୁଥିବା ବେଳେ ସେଥୁରୁ ଟିକେ ନିସ୍ତାର ପାଇବା ପାଇଁ ରାଜସ୍ଥାନ ରାଜ୍ୟପାଳଙ୍କୁ ଲିଖିତ ଭାବେ କ୍ଷମା ଆବେଦନ କରିଛନ୍ତି ଆଶାରାମ ।
ନିଜକୁ ଭଗବାନ ବୋଲି କହୁଥିବା ଆଶାରାମ ବାପୁ ଗତ ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ନିଜ ଆଶ୍ରମରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହାର ଶୁଣାଣୀରେ ତାଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଥିଲା । ପରେ ସେବେଠୁ ଏବେ ଯାଏଁ ଆଶାରାମ ଆଜୀବନ କାରାଦଣ୍ଡ ସହିଆସୁଛନ୍ତି । ତେବେ ଗତ ଜୁଲାଇ ୨ ତାରିଖରେ ଏହି ରାୟ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଶାରାମ । ସେପଟେ ହାଇକୋର୍ଟରେ ଏହାର ଶୁଣାଣୀ ପାଇଁ ଏଯାଏଁ ତାଲିକା ଭୁକ୍ତ ହୋଇନଥିବା ଜଣାପଡିଛି ।
ଆଶାରାମଙ୍କ କ୍ଷମା ଆବେଦନ ପତ୍ରରେ ନିଜ ବାର୍ଦ୍ଧକ୍ୟ ଯୋଗୁ ଆଜୀବନ କାରାଦଣ୍ଡ ତାଙ୍କୁ ବହୁ ଦଣ୍ଡ ଦେଉଛି ବୋଲି ଉଲ୍ଲେଖ କରିଛନ୍ତି । ଏହାସହ ଏହି ଦଣ୍ଡରେ ସାମାନ୍ୟ କୋହଳ କରିବା ଲାଗି ସେ ରାଜ୍ୟ ପାଳଙ୍କୁ ଅନୁରୋଧ କରିଛନ୍ତି । ସେପଟେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ଏହି କ୍ଷମା ଆବେଦନକୁ ଗ୍ରହଣକରି ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ଜଣା ପଡିଛି ।