ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବାବା ନାମରେ କଳଙ୍କ । ପୁଣି ବାବାଙ୍କ ନାମରେ ଆସିଲା ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ ବାବା ରୂପକ ଜଣେ ସଇତାନ । ଖାଲି ସେତିକି ନୁହେଁ ଅଭିଯୁକ୍ତ ବାବାଙ୍କର ନିଜ ପୁଅ ଓ ପୁଅର ସାଙ୍ଗ ମାନେ ମଧ୍ୟ ସେହି ମହିଳାଙ୍କୁ ଦୁଷ୍କର୍ମ କରିଆସୁଥିବାର ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି । ଅଭିଯୁକ୍ତ ବାବାଙ୍କ ନାମ ଆଶୁ ମହାରାଜ ବୋଲି ଜଣା ପଡିଛି ।
ମହିଳାଙ୍କ କହିବା ଅନୁସାରେ , ବାବା ଏବଂ ତାଙ୍କ ପୁଅ ତାଙ୍କୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିଆସୁଛନ୍ତି । ବାବା ତାଙ୍କ ନାବାଳିକା ଝିଅସହ ମଧ୍ୟ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ ତାଙ୍କ ଝିଅର ପାଦରେ ଦରଜ ହେଉଥିବାରୁ ସେ ତାକୁ ବାବା ଙ୍କ ପାଖକୁ ନେଇଯାଇଥିଲେ । ବାବା ଗୋଡ ଦରଜ ରୋଗକୁ ଭଲ କରିବା ପାଇଁ ତାଙ୍କ ଝିଅକୁ ଉଲଗ୍ନ କରି ମାଲିସ କରୁଥିଲେ । ଦିନେ ବାବା ତାଙ୍କ ଝିଅର ରୋଗ ସମ୍ପୁର୍ଣ୍ଣ ଠିକ କରିଦେବେ ବୋଲି କହି ଆଶ୍ରମକୁ ଡାକି ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ବାବାଙ୍କ ପୁଅ ଏବଂ ତାଙ୍କ ସାଙ୍ଗମାନେ ମଧ୍ୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୨୦୦୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବାବାଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ ତାଙ୍କ ସହ ସମ୍ପର୍କ ରଖିଥିବା ଖୋଦ ମହିଳା ପୋଲିସକୁ ଜଣାଇଛନ୍ତି । ଏପରିକି ତାଙ୍କ ନାବାଳିକା ଝିଅକୁ ମଧ୍ୟ ବାବାଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ ଦୁଷ୍କର୍ମ କରିଛନ୍ତି । ସେପଟେ ପୋଲିସ କହିବା ଅନୁସାରେ ଏନେଇ ଗତ ସପ୍ତାହରେ ହୋଜଖାସ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ଗତ ରବିବାର ଦିନ ଏହାର ତଦନ୍ତ ଲାଗି ଅପରାଧିକ ଶାଖାକୁ ଦାୟୀତ୍ୱ ଦିଆଯାଇଛି ।