ଦେଶରେ ଏବେ ମହିଳାଙ୍କ ସମେତ ଛୋଟ ଶିଶୁ ମଧ୍ୟ ଅସୁରକ୍ଷିତ । ନିର୍ଭୟା ଗଣ ବଳାତ୍କାର ପରେ ଏବେ ଜଣେ ଛୋଟ ଶିଶୁ ଏହାର ଶିକାର ହୋଇଛନ୍ତି । କାଶ୍ମୀରର କାଠୁଆ ଜିଲ୍ଲାର ଆଠ ବର୍ଷିୟା ଶିଶୁଙ୍କ ସହ ହୋଇଥିବା ଗଣ ବଳାତ୍କାର ସାରା ଦେଶକୁ ସ୍ତବ୍ଧ କରିଦେଇଛିି ।
ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାର ଏଥିପ୍ରତି ପ୍ରତିବାଦର ସ୍ୱର ଉଠାଇଛନ୍ତି । କାହାର କି ଦୋଷ କରିଥିଲା ଏହି ନିରିହ ଶିଶୁଟି ? ତା ସହିତ ଏଭଳି ଘୃଣ୍ୟ କାଣ୍ଡ କାହିଁକି କରାଗଲା ? ଏଭଳି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଭରି ଯାଇଥିବା ଦେଖିବାକୁ ମିଳିଥିବା ସହ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଶିଶୁଟିର ପରିବାରକୁ ନ୍ୟାୟ ଦେବା ଦାବିରେ ବିଭିନ୍ନ ଶ୍ରେଣୀର ଲୋକମାନେ ଆଗକୁ ଆସିଛନ୍ତି । ସେଥିରୁ ମଧ୍ୟ ବାଦ୍ ପଡିନାହାନ୍ତି ବଲିଉଡର କଳାକାରମାନେ । ସେମାନେ ହେଲେ ଫରହାନ ଆକ୍ତର, ରିତେଶ ଦେଶମୁଖ୍, ଅଭିଶେଖ ବଚ୍ଚନ, ହ୍ୟୁମା ଖୁରେସି, ସୋନମ କାପୁର, ତମନ୍ନା ଭାଟ୍ଟିଆ, ଟିସ୍କା ଚୋପ୍ରା ଆଦି ସୋସିଆଲ ମିଡିଆରେ ଦୋଷୀକୁ ଦଣ୍ଡ ଦିଆଯିବା ସହ ଶିଶୁଟିର ନ୍ୟାୟ ଦାବି କରିଛନ୍ତି । ଖାଲି ଏତିକି ନୁହଁ ଦୋଷୀକୁ ଫାସୀରେ ଲଟକେଇବା ପାଇଁ ମଧ୍ୟ ଦାବି ହୋଇଛି ।
ଅନ୍ୟପଟରେ ଆସିଫାଙ୍କ ନ୍ୟାୟ ଦାବିରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ହାତରେ ଏକ #justiceforAsifa# ଲେଖା ହେଇଥିବା ପୋଷ୍ଟର ଧରି କ୍ୟାଣ୍ଡେଲ ମାର୍ଚ୍ଚ କରିଛନ୍ତି । ଏଥିରେ ଅଧିକାଂଶ ଶିଶୁୁ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।