ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ) ; ସାବଧାନ ! କ୍ୟାମେରା ସବୁ ଦେଖୁଛି । ପବ୍ଳିକ ପ୍ରେସରେ ଭୁଲ କରିବା ପୂର୍ବରୁ ଟିକେ ଭାବି ଚିନ୍ତି କରନ୍ତୁ କାରଣ କ୍ୟାମେରାରେ ସବୁ କିଛି କଏଦ ହଉଛି । ଚୋରମାନେ ବି ବାଦ ପଡିନାହାଁନ୍ତି ଏଥିରୁ ତେବେ ଏଭଳି ଏକ ଘଟଣା ଘଟିଛି ଦିଲ୍ଲୀର ଦୟାଲପୁର ଅଞ୍ଚଳରେ । ଜଣେ ମହିଳାଙ୍କ ଠାରୁ ଦୁଇ ଜଣ ଚୋର ଚେନ ଚୋରି କରି ଚମ୍ପଟ ମାରୁଥିବାର ଦୃଶ୍ୟ କ୍ୟାମେରା କଏଦ ହୋଇଯାଇଥିଲା । ଏଣୁ ଚୋରୀ କରିବା ମହଙ୍ଗା ପଡିଯାଇଛି ।
ସୂଚନା ମୁତାବକ ଅକ୍ଟୋବର ୨୬ ତାରିଖ ଦିନ ରାତି ପ୍ରାୟ ସାଢ଼େ ୯ଟାରେ ଜଣେ ମହିଳା ନିଜ ଛୁଆ ସହ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବିପରୀତ ଦିଗରୁ ବାଇକରେ ଆସି ମହିଳାଙ୍କୁ ଛୁରୀ ଦେଖାଇ ଚେନ ଲୁଟି ନେଇଥିଲେ । ତେବେ ଘଟଣା ଘଙ୍କିଥିବା ଜାଗାରେ ଲାଗିଥିଲା ସିସିଟିଭି । ଏଥିରେ ସବୁ ଦୃଶ୍ୟ କଏଦ ହୋଇଥିଲା । ତେବେ ଏହି ଭିଡିଓ ଦେଖିବା ପରେ ଦିଲ୍ଲୀ ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା କରିଥିଲା । ପରେ ଦୁଇ ଜଣକୁ ପାଇବା ପରେ ଗରିଫ କରିଛି ପୋଲିସ । ଏବଂ ଲୁଟ ହୋଇଥିବା ଚେନଟି ଉଦ୍ଦାରକରି ପୋଲିସ ମହିଳାଙ୍କୁ ଫେରେଇ ଦେଇଛି । କ୍ୟାମେରା ପାଇଁ ମହିଳା ଜଣକ ନିଜର ଚେନ ଫେରି ପାଇବା ସହ ଦୋଷୀକୁ ମଧ୍ୟ ଦଣ୍ଡ ମିଳିଛି । ତେବେ ଏହି ଘଟଣା ପ୍ରଚାର ହେବା ପରେ ସମସ୍ତେ କହିଛନ୍ତି ବାଃ ବାଃରେ କ୍ୟାମେରା ।