ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କୁଳାଙ୍ଗାର ପୁଅ ନାଁରେ ଥାନାରେ ଏତଲା ଦେଲେ ବାପା ମା । ପୁଅ ମାଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଉଠେଇ ନେଇଥିବା ବେଳେ ଘର ଆଲମାରିରୁ ୫୦ ହଜାର ଟଙ୍କା ଏବଂ ବାପାଙ୍କ କାର ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ପୁଅ ଗତ ଡିସେମ୍ବର ୧୯ ତାରିଖରୁ ଫେରାର ଅଛି ।
ଅଭିଯୋଗ ଅନୁଯାୟୀ ବାପାଙ୍କ ନାଁରେ ଗାଡି କାଗଜ ପତ୍ର ରହିଛି । ତେବେ ପୁଅ ଗାଡିକୁ ନେଇ ଅପରାଧୀକ କାମରେ ଲଗାଇ ପାରେ ବୋଲି ପ୍ରକାଶ କରିଛନ୍ତିି । ସେପଟେ ଧ୍ରୁତ ପୁଅ ଏତେ ପରିମାଣରେ ପଇସା ନେଇ ପଳେଇ ଥିବାରୁ ନିଶା କାରବାର କରିପାରେ ବୋଲି ଆଶଙ୍କା କରିଛନ୍ତି । କାରଣ ପୂର୍ବରୁ ସାଙ୍ଗକୁ ସାହାର୍ଯ୍ୟ କରିବା ନାଁରେ ଘରୁ ପଇସା ନେଇ ନିଶା କାରବାରରେ ଲଗାଇଥିବା ଅଭିଯୋଗ କରିଛନ୍ତି ବାପା ମା ।
ପୁଅର ଖବର ପାଇଁ ତା ପ୍ରେମିକା ଏବଂ ସାଙ୍ଗକୁ ପଚାରିବା ପରେ ସେମାନେ ତା ସମ୍ପର୍କରେ ଜାଣି ନଥିବା କହିଛନ୍ତିି । ତେବେ ଶେଷ ଥର ପାଇଁ ଫୋନ କରି ନଖୋଜିବା ପାଇଁ ବାପା ମାଙ୍କୁ କହିଥିବା କହିଛନ୍ତି ବାପା ମା । ଏବେ ଫୋନ ସୁଇଚ ଅଫ ରହିଥିବା ବେଳେ ଶେଷ ଥର ନମ୍ବର ଟ୍ରାକରୁ ଜଣା ପଡିଛି କି ନମ୍ବର ଜୟପୁର ଅଞ୍ଚଳରେ ସକ୍ରିୟ ରହିଛି ।