ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯିଏ ଦେବଦୁତ୍ତ ସାଜି ମଣିଷକୁ ରୋଗରୁ ମୁକ୍ତ କରିଥାଏ, ଆଜି ସେ ପାଲଟି ଯାଇଛି ବ୍ରହ୍ମ ରାକ୍ଷସ । ଆଜ୍ଞା ହଁ ଜଣେ ଡାକ୍ତର ବାବୁଙ୍କ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ତାହା ପୁଣି ନିଜ ଗାଡି ଡ୍ରାଇଭରଙ୍କ ପତ୍ନୀର ପ୍ରେମରେ ପଡି । ଡାକ୍ତରବାବୁ ଡ୍ରାଇଭରକୁ ଅମାନୁଷିକ ଭାବେ ହତ୍ୟା କରିବା ସହ ପ୍ରଣାମ ମିଟାଇବା ପାଇଁ ତାର ମୃତ ଦେହକୁ ଖଣ୍ଡ ଖଣ୍ଡ କରି ଏସିଡ୍ ପକାଇ ଜାଳି ଦେଇଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ନଜରକୁ ଆସିଛି ।
ଖବରମୁତାକ, ହୋଶଙ୍ଗାବାଦର ଆନନ୍ଦନଗର ନିବାସୀ ଡାକ୍ତର ସୁନୀଲ ମନ୍ତ୍ରୀ ଇଟାରସୀର ସରକାରୀ ହସ୍ପିଟାଲରେ ଅସ୍ତି ରୋଗ ବିଶେଷଜ୍ଞ ପଦରେ ଅଛନ୍ତି । ଗୋଟେ ବର୍ଷ ପୂର୍ବେ ଡାକ୍ତର ବାବୁଙ୍କ ପତ୍ନୀଙ୍କର ନିଧନ ହୋଇଯାଇଥିଲା । ତାଙ୍କ ପତ୍ନୀ ସୁଷମା ଘରେ ବୁଟିକ୍ ଚଲାଉଥିଲେ । ସେହି ବୁଟିକ୍ ରେ ସୁନୀଲଙ୍କ ଡ୍ରାଇଭର ବିରେନ୍ଦ୍ର ପାଚୋରୀଙ୍କ ପତ୍ନୀ ମଧ୍ୟ କାମ କରୁଥିଲେ । ମାତ୍ର ସୁଷମାଙ୍କ ନିଧନ ହେବା ପରେ ବି ଡ୍ରାଇଭରଙ୍କ ପତ୍ନୀ ଡାକ୍ତରଙ୍କ ଘରକୁ ଯିବା ଆସିବା କରୁଥିଲେ ।
ବିରେନ୍ଦ୍ରଙ୍କ ପତ୍ନୀଙ୍କର ଡାକ୍ତର ବାବୁଙ୍କ ସହ ଅବୈଧ ସମ୍ପର୍କ ଥିବା କୁ ନେଇ ସେ ଆଗରୁ ସନ୍ଦେହ କରୁଥିଲେ । ସେଥିପାଇଁ ବିରେନ୍ଦ୍ର ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏହାସହିତ ବିରେନ୍ଦ୍ର ଡାକ୍ତରଙ୍କୁ ଅନେକ ସମୟରେ ଧମକା ଧମକି ମଧ୍ୟ କରୁଥିଲା ।
ହୋଶଙ୍ଗାବାଦର ଆଇଜି କେସି ଜୈନଙ୍କ କହିବାନୁଯାୟୀ, ସୋମବାର ବିରେନ୍ଦ୍ର ର ଦାନ୍ତ ବିନ୍ଧା ହେଉଛି ବୋଲି ଡାକ୍ତରଙ୍କୁ କହିଥିଲେ । ଏହାପରେ ଡାକ୍ତର ତାଙ୍କୁ ବେହୋସ ହେବାର ଇଞ୍ଜେକ୍ସନ ଦେବା ପରେ ଗଳା ଚାପି ଦେଇଥିଲେ । ଏହାସହିତ ଡାକ୍ତର ଦୋକାନରୁ ପ୍ରାୟତଃ ଅନେକ ସମୟରେ ଏସିଡ୍ କିଣି ନେଉଥିବାର ମଧ୍ୟ ସୂଚନା ମିଳିଥିଲା ।
ମଙ୍ଗଳବାର ଦିନ ପୋଲିସ୍ ଟିମ୍ ଡାକ୍ତରଙ୍କ ଘରେ ପହଁଚି ପୂରା ଦୃଶ୍ୟ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଡାକ୍ତରଙ୍କ ଏଭଳି ଜଘନ୍ୟ କାଣ୍ଡକୁ ନେଇ ପୋଲିସ ମୃତ ଡ୍ରାଇଭର ପତ୍ନୀ ପଚରା ଉଚରା କରୁଛି ।