ମୁମ୍ବାଇ (ଏଟିଆର ବ୍ୟୁରୋ); ସମଲିଙ୍ଗୀ ବିବାହକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ଗୋଟିଏ ପରେ ଗୋଟିଏ ଅଘଟଣ ନଜରକୁ ଆସୁଛି । ତେବେ ପୁଣି ଏଭଳି ଏକ ଘଟଣା ଲୋକ ଲୋଚନକୁ ଆସିଛି । ଦୁଇ ପୁରୁଷ ବନ୍ଧୁ ସୁରେଶ ଏବଂ ରମେଶ ସମଲିଙ୍ଗୀ ହୋଇ ପ୍ରେମ ବିବାହ କରିଥିଲେ । କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାବଣା ପାଇଁ ଦୁଷ୍କର୍ମର ଅଭିଯୋଗ ଆସିବା ପରେ କୋର୍ଟରେ କେସ ବିଚାରାଧିନ ରହିଛି । ବିଶ୍ୱାସ ନହେଲେ ବି କଥାଟି ସତ । ତେବେ ଏଭଳି ଏକ ଘଟଣା ଘଟିଛି ମୁମ୍ବାଇର ନୈନିତାଲ ଅଞ୍ଚଳରେ ।
ମିଳିଥିବା ସୂଚନା ଅନୁଯାୟୀ ରମେଶ ଏବଂ ସୁରେଶ ଦୁହେଁ ମୁମ୍ବାଇରେ ଗୋଟିଏ ଷ୍ଟାର ହୋଟେଲରେ କାମ କରୁଥିଲେ । ଉଭୟ ସମଲିଙ୍ଗୀ ହୋଇଥିବାରୁ ସେଠାରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମାତ୍ର ସେମାନଙ୍କ ସମାଜ ଗ୍ରହଣ କରିପାରିବ ନାହିଁ ବୋଲି ଶେଷରେ ରମେଶ ଲିଙ୍ଗ ପରିବର୍ତ୍ତନ କରିଥିଲେ । ଲିଙ୍ଗ ପରିବର୍ତ୍ତନ ପରେ ରମେଶରୁ ରେଖା ହୋଇ ଯାଇଥିଲେ । ଏବଂ ଦୁହେଁ ବିବାହ କରି ଗୋଟିଏ ଘରେ ରହୁଥିଲେ । କିଛିଦିନ ଏମାନେ ଖୁସିରେ ଦିନ କାଟିଥିଲେ । ପରେ ଏମାନଙ୍କ ମଧ୍ୟରେ ଭୁଲ ବୁଝାବଣା ପାଇଁ ଅଲଗା ରହିଥିଲେ ରେଖା ।
ରେଖା ଅଲଗା ହୋଇ ରହିବା ପରେ ଶେଷରେ ରେଖା ସୁରେଶଙ୍କ ନାଁରେ ଦୁଷ୍କର୍ମର ଅଭିଯୋଗ ଆଣିଥିଷଲ । ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି କି ସୁରେଶ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ । ଯାହା ତାଙ୍କର ପସନ୍ଦ ନଥିଲା । ମନା କରିବା ସତ୍ତେ୍ୱ ବାରମ୍ବାର ଏଭଳି ସମ୍ପର୍କ ରଖିବା ପରେ ବାଧ୍ୟ ହୋଇ ଅଲଗା ରହିବା ପାଇଁ ନିଷ୍ପତି ନେଲା ପରେ ଏବେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।