ନୂଆଦିଲା୍ଲୀ (ଏଟିଆର ବ୍ୟୁରୋ): ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦକୁ ଗିରଫ କରାଯାଇଛି । ବୁଧବାର ପାକିସ୍ତାନ ଲାହୋରରୁ ହାଫିଜ୍ କୁ ଧରା ହୋଇଛି । ଗୁଜରାଂୱାଲା ଯାଉଥିବା ସମୟରେ ପାକିସ୍ତାନର ଆତଙ୍କବାଦୀ ନିରୋଧକ ବିଭାଗ (ସିଟିଡି) ହାଫିଜକୁ ଗିରଫ କରିଛି । ଏହାପରେ ତାଙ୍କୁ ଲାହୋର କୋର୍ଟକୁ ପଠା ଯାଇଛି । ଆଗାମୀ ୩୦ ଦିନ ଯାଏଁ କୋର୍ଟରେ ତାଙ୍କୁ ହାଜର କରାଯିବ ବୋଲି ଆତଙ୍କ ନିରୋଧୀ ବିଭାଗ ପକ୍ଷରୁ ଜଣାପଡିଛି ।
ମିଡିଆ ରିପୋର୍ଟ ମୁତାବକ, ହାପିଜ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ୱାସିଙ୍ଗଟନ୍ ଗସ୍ତର କିଛି ଦିନ ପୂର୍ବରୁ ହୋଇଛି, ଯାହାଫଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାରା ଦୁନିଆରେ ଚରମପନ୍ଥୀ ବିରୋଧରେ କାର୍ଯ୍ୟକାରୀ କରିବାର ସନ୍ଦେଶ ଦେଇ ପାରିବେ ।
ଆତଙ୍କବାଦ-ରୋଧୀ ବିଭାଗ ମୁତାବକ, ହାଫିଜ୍ ସଇଦ ସମେତ ଲକ୍ସର-ଏ-ତୋଏବା ଏବଂ ଫଲାହ-ଏ-ଇଂସାନିୟତ ଫାଉଣ୍ଡେସନର ୧୩ ଜଣ ସଦସ୍ୟଙ୍କ ବିରୋଧରେ ପଞ୍ଜାବର ଭିନ୍ନ ଭିନ୍ନ ସହରରେ ୨୩ ଟି ମକଦମା ଦାଖଲ କରାଯାଇଛି ।