ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶ ହାଥରସର ଗଣଦୁଷ୍କର୍ମ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଅବରସରପ୍ରାପ୍ତ ବିଚାରପତିଙ୍କ ତତ୍ୱବଧାନରେ ସିବିଆଇ ଏବଂ ଏସଆଇଟି ତଦନ୍ତ ଦାବିରେ କରାଯାଇଥିବା ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିବେ । ୭୬ ବର୍ଷିୟ ପୂର୍ବତନ ନ୍ୟାୟିକ ଅଧିକାରୀ ଚନ୍ଦ୍ରଭାନ ସିଂହଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର କୁହାଯାଇଛି କି ପୀଡିତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଯାଇନଥିଲା । ହିନ୍ଦୁ ରୀତି-ନୀତି ଅନୁସାରେ ମୃତକଙ୍କ ପରିବାର ସଦସ୍ୟ ହିଁ ତାଙ୍କର ମୁଖାଗ୍ନି ଦଇଥାନ୍ତି ।
ପିଟିସନକର୍ତ୍ତାଙ୍କ କହିବାନୁଯାୟୀ, ଏହି ମାମଲାରେ ଉତ୍ତରପ୍ରଦେଶର ଏଡିସିଙ୍କଠୁ ନେଇ ଡିଏମ ଏବଂ ଏସପି ପର୍ଯ୍ୟନ୍ତ ଭୂମିକାର ତଦନ୍ତର ଆବଶ୍ୟକତା ରହିଛି । ପିଟିସନରେ ୟୁପି ସରକାର, ଡିଜିପି, ଏଡିଜି,ଡିଏମ, ଏସପି ଆଡସିନାଲ ଏସପି ଏବଂ ସର୍କଲ ଅଫିସକୁ ପ୍ରତିବାଦ କରାଯାଇଛି ।