ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାଇଦ୍ରାବାଦ ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପାଉଥିଲା । ଦୋଷୀଙ୍କୁ ଫାସୀ ଦିଆଯାଉ ବୋଲି ମଧ୍ୟ ଦାବି କରାଯାଉଥିଲା । ମାତ୍ର ଆଜି ସକାଳେ ହାଇଦ୍ରାବାଦ ପୋଲିସ ଏକ ବଡ ସଫଳତା ହାସଲ କରିଛି । ୪ ଦୁଷ୍କର୍ମକାରୀ ପୋଲିସ କବଳରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଗୁଳି କରିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ଏହାପରେ ପୋଲିସର ଏହି ବଡ ପଦକ୍ଷେପ ପାଇଁ ଚାଡିଆଡୁ ପ୍ରତିକ୍ରିୟା ଆସୁଛି । ଇତି ମଧ୍ୟରେ ସାତ ବର୍ଷ ହେବ ନିର୍ଭୟା ଦୋଷୀଙ୍କୁ ଦଣ୍ଡ ମିଳିବା ଅପେକ୍ଷାରେ ଥିବା ନିର୍ଭୟାଙ୍କ ମା ଏବଂ ତାଙ୍କ ପିତା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ପୋଲିସ ଯାହା କରିଛି ଭଲ କରିଛି । ତାହା ସ୍ୱାଗତ ଯୋଗ୍ୟ । ହୁଏତ ହ୍ରାଇଦ୍ରାବାଦ କେସ୍ ରେ ପୀଡିତ ପରିବାରକୁ ନିୟମିତ ଅଭିଯୁକ୍ତର ମୁହଁ ଦେଖିବାକୁ ପଡିବ ନାହିଁ ।
ଏହାସହିତ ସେ ସରକାରଙ୍କୁ ଆହୁରୀ ମଧ୍ୟ ଅପିଲ କରିଛନ୍ତି କି, ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯାଉ । ସେମାନେ ବହୁତ ଭଲ କାମ କରିଛନ୍ତି । ସେପଟେ ନିର୍ଭୟାଙ୍କ ଦୋଷୀକୁ ଏପର୍ଯ୍ୟନ୍ତ ଫାସୀ ନମିଳିବା କଥା ତାଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ସରକାରଙ୍କ ଉପରେ ପ୍ରଶ୍ନ ଉଠୁଛି, ପ୍ରକୃତରେ ନିର୍ଭୟାର ଦୋଷୀକୁ କେବେ ଫାସୀ ହେବ ।