ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ କୋଲକତା ପୋଲିସ୍ କମିଶନର ରାଜୀବ କୁମାର ଆଜି ସିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଁଚିଛନ୍ତି । ଚିଟପଣ୍ଡ ଘୋଟାଲାକୁ ନେଇ ଆଜି ତାଙ୍କୁ ପଚରାଉଚରା କରାଯିବ । ରାଜୀବଙ୍କ ସହିତ ଅନ୍ୟ ତିନିଜଣ ଆଇପିଏସ୍ ଅଧିକାରୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଁଚିଛନ୍ତି । ଅନ୍ୟପଟେ ସିବିଆଇ ଟିମ୍ ମଧ୍ୟ ସିଲଂରେ ପହଁଚିଛି । ଘୋଟାଲା ସହ ଜଡିିତ କାଗଜପତ୍ର ନଷ୍ଟ କରିବା ଅଭିଯୋଗରେ ଆଜି ରାଜୀବଙ୍କୁ ପଚରା ଉଚରା କରାଯିବ ।
ରାଜୀବଙ୍କୁ ପଚରା ଉଚରା କରିବାର ପ୍ରାଥମିକ ତଦନ୍ତ ଡିଏସପି ତଥାଗତ ବର୍ଧାନ କରିବେ । ଏହାସହିତ ଅପରାହ୍ନରେ ସିବିଆଇର ପୂର୍ବ ସଂଯୁକ୍ତ ନିର୍ଦ୍ଦେଶକ ପଙ୍ଗଜ ଶ୍ରୀବାସ୍ତବ ରାଜୀବଙ୍କୁ ଏନେଇ ପଚରା ଉଚରା କରିପାରନ୍ତି ।
ରାଜୀବ ସିବିଆଇକୁ ସହଯୋଗ କରିବେ ବୋଲି ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜୀବ ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ସମ୍ପୃକ୍ତ ଥିବାରୁ ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ତାଙ୍କୁ ପଚରା ଉଚରା କରିବାକୁ ଚାହୁଁଛନ୍ତି ବୋଲି ଅଫିସିଆଲ ସୂତରୁ କୁହାଯାଇଛି ।
ରାଜୀବଙ୍କ ସମେତ କିଛି ହାଇ ପ୍ରୋଫାଇଲ ସନ୍ଧିଗ୍ଧଙ୍କୁ ପଚରା ଉଚରା କରିବା ପାଇଁ ସିବିଆଇ ପକ୍ଷରୁ ଦିଲ୍ଲୀ , ଭୋପାଳ ଏବଂ ଲକ୍ଷେ୍ନø ଅଞ୍ଚଳର ୧୦ ଜଣ ଅଧିକାରୀଙ୍କୁ କୋଲକାତା ପଠାଯାଇଛି ।