ଚେନ୍ନାଇ (ଏଟିଆର ବ୍ୟୁରୋ) ; ସୁପ୍ରୀମକୋର୍ଟଙ୍କ ଏକ ରାୟ ଯୋଗୁ ଆତ୍ମହତ୍ୟା କଲେ ଜଣେ ବିବାହିତା ମହିଳା । ସ୍ୱାମୀଙ୍କ ମୁଖରୁ ଶୁଣିଲେ କିଛି ଏମିତି ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । କିଛି ଦିନ ପୁର୍ବେ ସୁପ୍ରିମକୋର୍ଟ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ । ଯାହାକୁ ନେଇ ଏବେ ଏପରି ଏକ ଘଟଣା ସାମ୍ନା ଆସିଛି ଯାହାକୁ ଶୂଣିଲେ ଆପଣ ଦୋଛକିରେ ପଡିଯିବେ । ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସ୍ୱାମୀ ଜଣେଇବାରୁ ଆତ୍ମହତ୍ୟା କଲେ ମହିଳା । ଚେନ୍ନାଇର ଏମଜିଆର ନଗରର ଜଣେ ବିବାହିତ ମହିଳା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ।
ସୁଚନା ମୁତାବକ , ଚେନ୍ନାଇର ଏମଜିଆର ନଗରରେ ପୁଷ୍ପଲତା ନାମକ ଜଣେ ମହିଳା ନିଜ ସ୍ୱାମୀ ଜନ ଫ୍ରାଙ୍କଲିନ ଙ୍କ ସହ ରହୁଥିଲେ । ସେମାନେ ଦୁଇବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଜନ ଫ୍ରାଙ୍କଲିନ ସିକ୍ୟୁରିଟି ଗାର୍ଡ ଭାବରେ କାଯ୍ୟରତ ଥିଲେ । ତେବେ ତାଙ୍କ ସ୍ତ୍ରୀଙ୍କୁ ଗତ କିଛି ମାସ ହେବ ଟିବି ରୋଗ ହୋଇଥିବାରୁ ତାଙ୍କ ଠାରୁ ଦୂରେଇ ରହୁଥିଲେ ଫ୍ରାଙ୍କଲିନ । ସେପଟେ ପୁଷ୍ପଲତାଙ୍କ ଦେଖାଶୁଣାରେ ଫ୍ରାଙ୍କଲିନ ଖିଲାପ ମଧ୍ୟ କରିଥିଲେ । ପୁଷ୍ପଲତାଙ୍କୁ କୌଣସି ଅର୍ଥରାଶି ଦେଇନଥିଲେ ତାଙ୍କ ସ୍ୱାମୀ । ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏନେଇ ଫ୍ରାଙ୍କଲିନଙ୍କ ସାଙ୍ଗଙ୍କୁ ପୁଷ୍ପଲତା ଭେଟିଥିଲେ । ସେଠାରୁ ଫ୍ରାଙ୍କଲିନ ଜଣେ ଅନ୍ୟ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବାର ସୂଚନା ପାଇଥିଲେ ପୁଷ୍ପଲତା ।
ବାସ ଏହାପରେ ଫ୍ରାଙ୍କଲିନଙ୍କୁ ଏ ବିଷୟରେ ପୁଷ୍ପଲତା ପଚାରିବାରୁ ତାଙ୍କ ସ୍ୱାମୀ ଏ କଥାକୁ ସ୍ୱିକାର କରିଥିଲେ । ତେବେ ପୁଷ୍ପଲତା ଏନେଇ ଥାନରେ ଅଭିଯୋଗ କରିବେ ବୋଲି କହିବାରୁ ଫ୍ରାଙ୍କଲିନ ତାଙ୍କୁ ସୁପ୍ରୀମକୋର୍ଟର ନିୟମ ବିଷୟରେ ବୁଝାଇଥିଲେ । ସୁପ୍ରୀମକୋର୍ଟ ପରକୀୟା ପ୍ରୀତିକୁ ଅପରାଧ ନୁହେଁ ବୋଲି କହିଥିବା ପୁଷ୍ପଲତାଙ୍କୁ କହିଥିଲେ । ତେବେ ଫ୍ରାଙ୍କଲିନଙ୍କ କଥାରେ ପୁଷ୍ପଲତାଙ୍କୁ ଆଘାତ ଲାଗିବାରୁ ସେ ବେକରେ ଦଉଡି ଦେଇ ଅତ୍ମହତ୍ୟା କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଥିବା ଜଣା ପଡିଛି । ତେବେ ପୁଷ୍ପଲତାଙ୍କ ସ୍ୱାମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।