ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ ) ; ଥାନା ଭିତରେ ପୋଲିସକୁ ହାଣିଲା ଅଭିଯୁକ୍ତ । ସିସିଟିଭିରେ କଏଦ ହେଲା ଏହି ଲୋମଟାଙ୍କୁରା ଦୃଶ୍ୟ । ଥାନା ଭିତରେ ଦେଖିବାକୁ ମିଳିଛି ଛାତି ଥରେଇ ଦେଲା ଭଳି ଦୃଶ୍ୟ । ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଭିନ୍ଦ୍ ଜିଲ୍ଲାର ଏକ ଥାନା ଭିତରେ ଘଟିଛି। ଦୁଇ ଦୁଇ ଜଣ ପୋଲିସଙ୍କ ଉପରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏଥିରେ ଦୁଇଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ଜଣା ପଡିଛି । ତେବେ ସେ ଦୁଇଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ଜଣଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ବିଷ୍ଣୁ ରାଜାବତ ।
କୌଣସି ଏକ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ପୋଲିସ ବିଷ୍ଣୁଙ୍କୁ ଥାନା କୁ ଆଣିଥିଲା । ତେବେ ତାକୁ ହାଜତ ମଧ୍ୟରେ ରଖିନଥିଲେ ପୋଲିସ । ଏହାର ସୁଯୋଗ ନେଇ ବିଷ୍ଣୁ ତାର ସାଙ୍ଗକୁ ଥାନା ମଧ୍ୟକୁ ଡକାଇଥିଲା । ଏହାପରେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ପୋଲିସ ଉପରକୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା ବିଷ୍ଣୁ । ତେବେ ଏହି ସବୁ ଦୃଶ୍ୟ ଥାନାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ସେପଟେ ଦୁଇ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରାଯାଇଛି।