ଦୁଇଜଣ ସାଙ୍ଗ ହୋଇ ଯାଇଥିଲେ ହୋଟେଲକୁ । ବିଶ୍ୱାସରେ ଝିଅଟି ଯାଇଥିଲା ତାର ପୁଅ ବନ୍ଧୁ ସହ । ଦୁଇ ଜଣ ସାଙ୍ଗ ହୋଇ ଖାଇଲେ ଏବଂ ଗୋଟିଏ ରୁମକୁ ସାଙ୍ଗ ହୋଇ ଯାଇଥିଲେ । କିନ୍ତୁ ଏହାପରେ ଯାହା ଘଟିଛି ତାହା ଶୁଣିଲେ ଯେ କେହି ବି ତାଜୁବ ହୋଇଯିବ । ମିଳିଥିବା ସୂଚନା ଅନୁଯାୟୀ ନଏଡା ସେକ୍ଟର ୬୩ ସ୍ଥିତ ଛିଯାରାଶି ଗାଁର ଏକ ହୋଟେଲ ରୁମରୁ ଜଣେ ଯୁବକର ମୃତ ଦେହ ଏବଂ ଯୁବତୀକୁ ରୁରୁତର ଅବସ୍ଥାରେ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ମୋହିତ ଯାଦବ ଏବଂ ଗୁରୁତର ହେଲେ ନେହା । ଯୁବତୀଙ୍କୁ ସଙ୍କଟାପର୍ଣ୍ଣ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଶବ ବ୍ୟବଛେଦ କରିଛନ୍ତି ପୋଲିସ । ତେବେ ଏଭଳି ଅଭାବନୀୟ ଘଟଣା କିଭଳି ହୋଇଛି ତାହା ସ୍ପଷ୍ଟ ହୋଇନାହଁ ।
ପୋଲିସ କଲେଜ ଏବଂ ହୋଟେଲର ସିସିଟିଭି ଯାଞ୍ଚ କରିବା ପରେ ଏତିକି ଜାଣି ପାରିଛି କି ନେହା ଏବଂ ମୋହିତ ଦୁହେଁ କେଡି କ୍ୟାମ୍ପସରେ ଆର ପିଏଫ କୋର୍ସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଏଣୁ ଦୁଇଜଣ ସାଙ୍ଗ ହୋଇ ହୋଟେଲକୁ ଯାଇଥିଲେ । ସେଠାରେ ଆଉ ଜଣେ ଯୁବକ ହୋଟେଲରେ ରୁମ ବୁକ କରିଥିଲେ । ପରେ ତିନି ଜଣ ମିଶି ରୁମକୁ ଯାଇଥିଲେ । କିଛି ସମୟ ରହିବା ପରେ ରୁମ ବୁକ କରିଥିବା ଯୁବକ ଜଣକ ପଳେଇ ଆସିଥିଲେ । ଆସିବା ପରେ ରୁମରେ ଗୁଳି ଶବ୍ଦ ହୋଇଥିଲା ଏବଂ ଯୁବତୀଙ୍କ ପାଟି ଶୁଣାଯାଇଥିଲା । ଫଳରେ ହୋଟେଲ କର୍ମଚାରୀ ଦୈାଡି ଯାଇଥିଲେ ମାତ୍ର ରୁମ ବନ୍ଦ ହୋଇଥିବାରୁ ଏମାନେ ପୋଲିସକୁ କବର ଦେଇଥିଲେ । ଘଟଣାସ୍ଥଳରେ ପହଁଞ୍ଚିବା ପରେ ଫ୍ୟାନରେ ମୋହିତଙ୍କ ମୃତ ଦେହ ଝୁଲୁଥିବା ବେଳେ ନେହା ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଥରୁମ ଭିତରେ ପଡିଥିଲା ।
ପୋଲିସ ଯୁବକର ମୃତ ଦେହକୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ଥିବା ନେହାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମୋହିତ କଣ ନେହା ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ନାଁ ଏହାରି ଭିତରେ ଆଉ କିଛି ରହସ୍ୟ ଲୁଚିରହିଛି ତାହାର କାରଣ ଅସ୍ପଷ୍ଟ । ଫେରାର ହୋଇଥିବା ଯୁବକଙ୍କ ପାଇଁ ଏଭଳି ହୋଇନି ତ ? ଏସବୁର କାରଣ ଖୋଜୁଛି ପୋଲିସ । ଜୋରସୋରରେ ତଦନ୍ତ ଜାରି ରଖିଛନ୍ତି ପୋଲିସ ।