ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ନଳୀନ ଶ୍ରୀହରଣ ଏକ ମାସ ପାଇଁ ପାରୋଲ ରେ ଜେଲରୁ ବାହାରିଛନ୍ତି । ସେ ତାଙ୍କ ଝିଅ ବାହାଘର ଲାଗି ପ୍ରସ୍ତୁତ କରିବା ପାଇଁ ଆଜି ଭେଲ୍ଲୋର କେନ୍ଦ୍ରୀୟ ଜେଲରୁ ଏକ ମାସ ପାଇଁ ସାଧାରଣ ପାରୋଲରେ ଆସିଛନ୍ତି । ମାଦ୍ରାସ ଉଚ୍ଚନ୍ୟାୟାଳୟ ପକ୍ଷରୁ ଜୁଲାଇ ୫ରେ ନଳିନୀଙ୍କୁ ପାରୋଲ ମିଳିଥିଲା ।
ସବୁଠାରୁ ବଡ କଥା ହେଉଛି ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀ ଆଜୀବନି କାରାଦଣ୍ଡ ଭୋଗୁଛନ୍ତି ଏବଂ ସେ ଦୀର୍ଘ ଦିନ ହେବ ଜେଲରେ ବନ୍ଦି ଅଛନ୍ତି । ନଳିନୀ ତାଙ୍କ ଝିଅର ବାହାଘର ଲାଗି ମାଦ୍ରାସ ଉଚ୍ଚନ୍ୟାୟଳୟରୁ ପାରୋଲ ମାଗିଥିଲେ । ଅଦାଲତ ପକ୍ଷରୁ ନଳିନୀଙ୍କ ପାରୋଲକୁ ସ୍ୱୀକାର କରାଯାଇ ଜୁଲାଇ ୫ କୁ ମଞ୍ଜୁର କରାଯାଇଥିଲା ।
ନଳିନୀଙ୍କ ଝିଅ ଲଣ୍ଡନରେ ରୁହନ୍ତି । ପାରୋଲ ପାଇଁ ନଳିନୀ ବ୍ୟକ୍ତିଗତ ରୂପେ ନିଜ ମାମଲାରେ ଲବି କରିଥିଲେ । ନଳିନୀ ତାଙ୍କ ଦଲିଲରେ କହିଥିଲେ କି ପ୍ରତ୍ୟେକ ଦୋଷୀ ଦୁଇ ବର୍ଷ ଜେଲ ସଜା କାଟିବା ପରେ ଏକ ମାସ ପାଇଁ ସାଧାରଣ ଛୁଟିର ହକଦାର୍ ଥାଏ ଏବଂ ସେ ଗତ ୨୭ ବର୍ଷ ମଧ୍ୟରେ ଗୋଟେ ବି ଛୁଟି ନେଇ ନାହାନ୍ତି ।
ନଳିନୀ ହେଉଛନ୍ତି ଦେଶର ସବୁଠୁ ଅଧିକ ସମୟ କାରାଗାରରେ ବନ୍ଦିନୀ ଥିବା ଦୋଷୀ ସାବ୍ୟସ୍ତ ହୋଇଥିବା ମହିଳା। ନଳିନୀଙ୍କୁ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ପ୍ରଥମେ ଫାଶୀଦଣ୍ଡାଦେଶ ହୋଇଥିଲା। କିନ୍ତୁ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ୨୦୦ ମସିହା ଏପ୍ରିଲ୍ ୨୪ ତାରିଖରେ ଫାଶୀଦଣ୍ଡାଦେଶକୁ ଆଜୀବନ ଜେଲ୍ରେ ପରିଣତ କରାଯାଇଥିଲା ।