ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆୟକର ବିଭାଗ ଦ୍ୱାରା ପିଏନବି ଘୋଟାଲର ଅଭିଯୁକ୍ତ ନୀରବ ମୋଦିଙ୍କ ପେଣ୍ଟିଂ ବିକ୍ରି କରାଯିବା ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ନୀରବଙ୍କ ୧୩ ଟି ଲକ୍ସୁରିଜ୍ ଗାଡି ନିଲାମ ହେବାକୁ ଯାଉଛି । ଏହି ନିଲାମ ପ୍ରକ୍ରିୟା ଅପ୍ରିଲ ୧୮ ରେ କରାଯିବ ।
ନିକଟରେ ନୀରବ ମୋଦିଙ୍କ ବଙ୍ଗଳାରେ ଲାଗିଥିବା ଦାମୀ ପେଣ୍ଟିଂକୁ ବିକ୍ରି କରାଯାଇ ୫୪.୮୪ କୋଟି ଟଙ୍କା ଆୟକର ବିଭାଗ ଏକାଠି କରିଥିଲା । ଏବେ ନୀରବଙ୍କ ଦାମୀ କାରକୁ ବିକ୍ରି କରାଯାଇ କିଛି ଟଙ୍କା ଏକାଠି କରାଯାଇ ପାରିବ ବୋଲି ଇଡି ପକ୍ଷରୁ ଆଶା କରାଯାଇଛି ।
ନୀରବଙ୍କ ଏହି ଗାଡି ଗୁଡିକୁ ଅନଲାଇନ୍ ଯୋଗେ ମେଟଲ ସ୍କ୍ରାପ ଟ୍ରେଡ କର୍ପୋରେଶନ ଲିମିଟେଡ ଦ୍ୱାରା ନିଲାମି କରାଯିବ । ହୁଏତ ନିଲାମିରେ ଭାଗ ନେବାକୁ ଥିବା ବ୍ୟକ୍ତିଙ୍କୁ ଗାଡି ଦେଖିବାକୁ ମିଳିବ, କିନ୍ତୁ ସେମାନେ ଏହି ଗାଡିକୁ ଟେଷ୍ଟ ଡ୍ରାଇଭ କରି ପାରିବେ ନାହିଁ ।
ରିପୋର୍ଟ ମୁତାବକ, ଅଗାମୀ ସପ୍ତାହରେ ଏମଏସଟିସି ର ୱେବସାଇଟ ରେ ଗାଡି ଗୁଡିକର ସମସ୍ତ ତଥ୍ୟ ଉପଲବ୍ଧ କରାଯିବ । ଯେଉଁ ସବୁ ଗାଡିକୁ ନିଲାମି କରାଯିବ ସେଥିରେ ରୋଲ୍ସ ରାୟସ ଘୋଷ୍ଟ, ମର୍ସିଟିଜ୍ ବେଞ୍ଚ, ଟୋୟଟା ଫର୍ଚୁନର,ହୋଣ୍ଡା ଗାଡି ଆଦି ସାମିଲ ଅଛି ।
ନିଲାମି ପ୍ରକ୍ରିୟା ପୂରା ହେବା ପରେ କେତ୍ରାଙ୍କୁ ରେଜିଷ୍ଟ୍ରେସନ କରିବା ଲାଗି ସମୟ ଦିଆଯିବ । ବର୍ତ୍ତମାନ ନୀରବ ଲଣ୍ଡନର ଜେଲରେ ଅଛନ୍ତି । ୱେଷ୍ଟମିନଷ୍ଟର ଅଦାଲତ ପକ୍ଷରୁ ତାଙ୍କ ଜାମିନକୁ ଦୁଇ ଦୁଇ ଖାରଜ କରି ଦିଆଯାଇଛି ।