ନୂଆଦିଲ୍ଲୀ (ଏଟିଅଅର ବ୍ୟୁରୋ ) ; ନୀରବ ମୋଦିଙ୍କ ଉପରେ ନିଆଗଲା କଡା କାର୍ଯ୍ୟନୁଷ୍ଠାନ । ନୀରବଙ୍କ ୬୩୭ କୋଟି ଟଙ୍କାର ସମ୍ପତି ଜବତ କଲା ଇଡି । ପଞାବ ନେସନାଲ ବ୍ୟାଙ୍କର ମାଷ୍ଟର ମାଇଣ୍ଡ ନିରବ ମୋଦୀଙ୍କ ୬୩୭ କୋଟି ଟଙ୍କାର ସମ୍ପତିକୁ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ଜବତ କରିଛି । ଭାରତ ସମେତ ବ୍ରିଟେନ , ଆମେରିକା ଭଳି ଦେଶରୁ ନିରବ ମୋଦିଙ୍କ ସମ୍ପତି ଜବତ କରାଯାଇଛି ।
ନ୍ୟୁୟର୍କରେ ଥିବା ନିରବ ମୋଦିଙ୍କ ୨ ସ୍ଥାବର ସମ୍ପତିକୁ ଇଡି ଆଟାଚ କରିଛି । ଆଟାଚ ହୋଇଥିବା ସମ୍ପତିର ମୁଲ୍ୟ ୧୧୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସେହିପରି ଦକ୍ଷିଣ ମୁମ୍ବାଇରେ ଥିବା ୧୯.୫ କୋଟିର ଏକ ଫ୍ଲାଟକୁ ଇଡି ଜବତ କରିଛି । ବିଭିନ୍ନ ବୈଦେଶିକ ବ୍ୟାଙ୍କ ମାନଙ୍କରେ ନୀରବ ମୋଦି ନାମରେ ଥିବା ୫ ଅକାଉଣ୍ଟରେ ଥିବା ୨୭୮ କୋଟି ଟଙ୍କାକୁ ମଧ୍ୟ ଇଡି ଆଟାଚ କରିଛି ।
ଖାଲି ସେତିକି ନୁହେଁ ପ୍ରିଭେନ୍ସନ ଅଫ ମନି ଲଣ୍ଡ୍ରିଙ୍ଗ ମାମଲାରେ ନ୍ୟୁୟର୍କରେ ଇଡି ନୀରବ ମୋଦିଙ୍କ ୨୧୬ କୋଟି ଟଙ୍କାର ସମ୍ପତି ଜବତ କରିଛି । ଅନ୍ୟପଟେ ହଙ୍ଗକଙ୍ଗରୁ ନିରବ ମୋଦି ଆଣିଥିବା ୨୨.୬୯ କୋଟି ଟଙ୍କାର ହୀରା ଅଳଙ୍କାରକୁ ମଧ୍ୟ ଇଡି ଜବତ କରିଛି ।