ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ।
ଏହାକୁ ନେଇ ଯୋଗୀ କହିଛନ୍ତି କି, ହାଥରସରେ ବାଳିକା ସହ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ବିଲକୁଲ ଦୋଷୀ ରକ୍ଷା ପାଇ ପାରିବ ନାହିଁ । ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଆଗାମୀ ସାତ ଦିନ ମଧ୍ୟରେ ଏହି ଟିମ୍ ରିପୋର୍ଟ ଦେବେ । ଏହାସହିତ ତୁରନ୍ତ ନ୍ୟାୟ ପାଇଁ ମାମଲାର ମକଦମା ଫାଷ୍ଟ ଟ୍ରାକ୍ କୋର୍ଟରେ ଚାଲିବ ।