ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ଅଭିନେତା ଓ ଅଭିନେତ୍ରି ମାନେ ନିଜର ବୟାନ ବାଜି ପାଇଁ ସବୁ ବେଳେ ଚର୍ଚ୍ଚାରେ ଆସିଥାନ୍ତି । ତେବେ ବର୍ତ୍ତମାନ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁ ଚର୍ଚ୍ଚାରେ ଆସିଛି । ଗଣେଶ ଜଣେ ମହିଳାଙ୍କୁ ଅଶ୍ଲୀଳ ବ୍ୟବହାର କରିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ନାଁରେ ଜଣେ ମହିଳା କୋରିଓଗ୍ରାଫର୍ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମହିଳାଙ୍କ ଅଭିଯୋଗ ଅନୁସାରେ , ଗଣେଶ ତାଙ୍କ ଠାରୁ କମିସନ ନେବା ସହ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗଣେଶ ଯେବେ ଠାରୁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନର ସାଧାରଣ ସମ୍ପାଦକ ପଦ ପାଇଲେଣି ସେବେଠୁ ତାଙ୍କୁ ହଇରାଣ କରୁଛନ୍ତି ।
Mumbai:33yr-old woman choreographer,has filed complaint against Ganesh Acharya, GenSecyIndian Film&Television Choreographers Assoc at state's Women's Commission&Amboli PS accusing him of depriving her of work in film industry,demanding commission&forcing her to watch adult videos pic.twitter.com/Z8jYzgVyQh
— ANI (@ANI) January 28, 2020
ଗଣେଶ ମହିଳାଙ୍କୁ ତାଙ୍କ ଆସିଷ୍ଟାଣ୍ଟ ହେବାକୁ ବାଧ୍ୟ କରିଥିଲେ । ମହିଳା ଜଣଙ୍କ ରାଜି ନହେବାରୁ ଗଣେଶ ତାଙ୍କ ପଦର ଅପବ୍ୟବହାର କରି ତାଙ୍କୁ ଆସୋସିଏସନରୁ ବାହାର କରି ଦେଇଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଗଣେଶଙ୍କ ନାଁରେ ଅମ୍ବୋଲି ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମହିଳା ଜଣଙ୍କ ଦେଇଥିବା ଏଫଆଇଆର୍ କପି ଭାଇରାଲ୍ ହେବାରେ ଲାଗିଛି ।