ଝାଡଖଣ୍ଡ (ଏଟିଆର ବ୍ୟୁରୋ) ; ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି । ରାତି ସାରା ଦୁଷ୍କର୍ମ କଲେ । ମନ ଭରି ଗଲା ପରେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡି ପୁରାଇ ଦେଲେ ଦୁର୍ବୃତ୍ତ । ତେବେ ଏଭଳି ଏକ ଖବର ନଜରକୁ ଆସିଛି । ମିଳିଥିବା ସୂଚନା ମୁତାବକ ଜଣେ ମହିଳା ନାଟକ ଦେଖି ଫେରୁଥିବା ବେଳେ ତାଙ୍କ ପ୍ରଥମ ସ୍ୱାମୀ ମହିଳାଙ୍କୁ ନିଜର ୨ ଜଣ ସାଙ୍ଗଙ୍କ ସହାୟତାରେ ଟେକି ନେଇ ଏକ ନିଛାଟିଆ ବିଲରେ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି । ଏହି ଖବର ପାଇବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ବାକି ଦୁଇ ଜଣ ଫେରାର ଅଛନ୍ତି । ତେବେ ସେହି ଦୁଇ ଜଣଙ୍କୁ ଯଥା ଶୀଘ୍ର ଧରିବା ସହ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଝାଡଖଣ୍ଡ ସବ-ଡିଭିଜିନାଲ ପୁଲିସ ଅଫିସର ବି ଏନ ସିଂହ ।
ବୁଧବାର ରାତିରେ ମହିଳା ଜଣଙ୍କ ଥିଏଟରରୁ ନାଟକ ଦେଖି ଫେରୁଥିଲେ । ରାତିରେ ମହିଳାଙ୍କୁ ଏକା ଦେଖିବା ପରେ ତାଙ୍କ ପୂର୍ବ ସ୍ୱାମୀ ଏବଂ ଦୁଇ ଜଣ ସାଙ୍ଗ ମିଶଇ ମହିଳାଙ୍କୁ ଜୋର ଜବରଦସ୍ତ ନାରାୟଣପୁର ଥାନା ଅନ୍ତର୍ଗତ ଗାଁ ପାଖରେ ଥିବା ଏକ ନିଛାଟିଆ ବିଲକୁ ଟେକି ନେଇଥିଲେ । ୩ ଜଣ ରାତିସାରା ଉପଭୋଗ କରିବା ପରେ ମହିଳାଙ୍କ ଗୁପ୍ତାଙ୍କରେ ବାଡି ପୁରାଇ ଫେରାର ହୋଇ ଯାଇଥିଲେ । ବିଲରେ ପଡି ମହିଳା କଷ୍ଟକୁ ସହ୍ୟ ନକରିପାରି ଚିକ୍ରାର କରୁଥିବା ସ୍ଥାନୀୟ ଲୋକ ଶୁଣି ଥିଲେ । ଏହା ପରେ ଗାଁ ଲୋକ ନାରାୟଣପୁରର ଏକ ମେଡିକାଲକୁ ନେଇଯାଇଥିଲେ । ତେବେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜମତାରା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ସେଠାକୁ ନେଲା ବେଳକୁ ସବୁ କିଛି ସରିଯାଇଥିଲା । ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇବା ପରେ ଡାକ୍ତରଖାନାରେ ପହଁଞ୍ଚିଥିଲା । ପରେ ଉ଼ଦ୍ଦାର କରିଥିବା ଲୋକଙ୍କ ବୟାନକୁ ଭିତ୍ତି କରି ମହିଳାଙ୍କ ଆଗ ସ୍ୱାମୀକୁ ଗିରଫ କରିଥିଲା । କାରଣ ମହିଳାଙ୍କୁ ବିଲରୁ ଉ଼ଦ୍ଦାର କରିବା ସମୟରେ ମହିଳା କହୁଥିଲେ କି ତାଙ୍କ ଆଗ ସ୍ୱାମୀ ଏବଂ ତାଙ୍କର ଦୁଇ ସାଙ୍ଗ ମିଶି ଏଭଳି କରିଛନ୍ତି ।