ମୁମ୍ବାଇ (ଏଟିଆର ବ୍ୟୁରୋ) ;ଜମିରେ ଲଗାଯାଇଥିବା ଫସଲକୁ ସୁରକ୍ଷା ଦେବା ପାଇଁ ଦିଆଯାଇଥାଏ ବାଡ । କିନ୍ତୁ ବାଡ ଯେତେବେଳେ ଫସଲ ଖାଇବାକୁ ଚେଷ୍ଟା କରେ ସେତେବେଳେ ଫସଲର କିଏ ବା ସାହା ଭରଷା ହେବ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାୟା ନଗରୀରେ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ପୋଲିସ ଯେତେବେଳେ ଅନୈାତିକ କାର୍ଯ୍ୟ କରେ ସେତେବେଳେ ସାଧାରଣ ଲୋକ ବା କଣ କରିପାରିବ ? ସୂଚନା ମୁତାବକ ୩୧ ବର୍ଷୀୟ ଜଣେ ମହିଳା କନେଷ୍ଟବଳଙ୍କୁ ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚର ଜଣେ ସବ ଇନିସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲେ ଅମିତ ଶେଲାର ।
୨୦୧୦ରୁ ଗୋଟିଏ ଜାଗାରେ ଚାକିରି କରିଥିବାରୁ ମହିଳାଙ୍କର ପୋଲିସ ବାବୁଙ୍କ ଉପରେ ଥିଲା ଭରଷା ଓ ବିଶ୍ୱାସ । ଯାହାର ଫାଇଦା ଉଠାଇ କନେଷ୍ଟବଳ ମହିଳାଙ୍କୁ ମୃଦୁ ପାନୀୟ ଜଳରେ ନିଶା ଦେଇଥିଲେ ସବ ଇନିସପେକ୍ଟର । ଏହା ଜାଣି ପାରି ନଥିଲେ ମହିଳା । ବିଶ୍ୱାସରେ ପିଇଦେଇଥିଲେ ପାଣି । ପରେ ବେହୋସ ହୋଇଯିବା ପରେ ଦେହର ଭୋକକୁ ମନଭରି ଜାହିର କରିଥିଲେ ପୋଲିସ ବାବୁ । ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଯେ କରିଥିବା କଳାକାରନାମାକୁ ଭିଡିଓ ରେକଡିଂ କରି ରଖିଥିଲେ ମୋବାଇଲରେ । ଏହି ଭିଡିଓକୁ ପ୍ରସାରଣ କରାଇଦେବାର ଭୟ ଦେଖାଇ ସିବିଡି,ପାନବେଲ,କାମୋଥି ଏବଂ ଖରଘର ଆଦି ଜାଗାରେ ବହୁଥର ଦୁଷ୍କର୍ମକରିଥିବା ଅଭିଯୋଗ କରିବା ସହ ମାଡ ମାରି ନିଜର ପୁରୁଷତ୍ୱ ଜାହିର କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା କନେଷ୍ଟବଳ ।
ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶେରଲାଙ୍କ ନାଁରେ ମାମଲା ରୁଜୁ କରିଛି । କିନ୍ତୁ ଏ ଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିନାହାଁନ୍ତି ।