ଲୁଧିଆନା (ଏଟିଆର ବ୍ୟୁରୋ); ପୁଣି ଲଜ୍ୱା । ସପ୍ତମ ଶ୍ରେଣୀର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ଜଡିତ ଥିବା ୩ ଜଣ ଅଭିଯୁକ୍ତ ଫେରାର । ପୋଲିସର ତଦନ୍ତ ଜାରି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ଲୁଧିଆନା ଅଞ୍ଚଳରେ । ସ୍କୁଲ ଯାଉଥିବା ବାଟରୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପିଡିତାଙ୍କ ମା ଥାନାରେ ଏତଲା ଦେବା ପରେ ଏହି ଘଟଣା ଲୋକ ଲୋଚନକୁ ଆସିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ଦୀର୍ଘଦିନ ହେବ ଛାତ୍ରୀଙ୍କ ପିଛା କରୁଥିଲେ । ତେବେ ସ୍କୁଲ ଯିବା ବାଟରେ ଏକୁଟିଆ ପାଇବା ପରେ ଛାତ୍ରୀଙ୍କୁ ବାଟରୁ ଟେକି ନେଇଥିଲେ ଦୁର୍ବୃତ୍ତ । ନିଛାଟିଆ ଜାଗା ନେବା ପରେ ଜଣକ ପରେ ଜଣେ ଛାତ୍ରୀଙ୍କୁ ମନଭରି ଉପଭୋଗ କରିଥିଲେ । ପରେ ତାଙ୍କୁ ଆଣି ରାସ୍ତାରେ ଛାଡିଦେଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଘରେ ଆସିବା ପରେ କିଛି କହିନଥିଲେ ଛାତ୍ରୀ । କାରଣ ଅଭିଯୁକ୍ତମାନେ ଦୁଷ୍କର୍ମ କରୁଥିବା ସମୟରେ ଭିଡିଓ ଉଠାଇଥିଲେ । ସେମାନେ ଧମକ ଦେଇଥିଲେ କି ଯଦି ଏହି କଥା କାହା ଆଗରେ କହିବୁ ତେବେ ଭିଡିଓ ଭାଇରାଲ କରିଦେବୁ । ଏଣୁ ଏହି ଭୟରେ ଘରେ କିଛି କହିନଥିଲେ ଛାତ୍ରୀ ।
ଦୁଷ୍କର୍ମ ପରଦିନ ସ୍କୁଲକୁ ଯିବା ପାଇଁ ମନା କରିଥିଲେ ନାବାଳିକା । ପରେ ମା ବାରମ୍ବାର ପଚାରିବା ପରେ ସବୁ କଥା କହିଥିଲେ । ସବୁ ଶୁଣିବା ପରେ ଗାଁରେ ନିଶାବ ବସାଇଥିଲେ ପିଡିତାଙ୍କ ପରିବାର । ତେବେ ସଭାକୁ ଆସିନଥିଲେ ଅଭିଯୁକ୍ତମାନେ । ଏଣୁ ଗାଁରେ ନ୍ୟାୟ ନମିଳିବାରୁ ଥାନାକୁ ଯାଇ ଏତଲା ଦେଇଥିଲେ ପିଡିତାଙ୍କ ମା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।