ଦିନକୁ ଦିନ ଦେଶରେ ଭଣ୍ଡ ବାବାଙ୍କ କେଳେଙ୍କାରୀ ବଢି ଚାଲିଛି । ଏହା ଥମିବାରେ ନାଁ ଧରୁ ନାହିଁ । ଧର୍ମଗୁରୁ ତଥା ଶନିଧାମର ସଂସ୍ଥାପକ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ୨୫ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି କ୍ରାଇମବ୍ରାଞ୍ଚରେ ଦାତି ମହାରାଜଙ୍କର ହାଜର ହେବାର ଥିଲା । କିନ୍ତୁ ପୋଲିସ ହାତରେ ଧରା ପଡିବା ପୂର୍ବରୁ ବାବା ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ପୋଲିସ ଏବେ ସମସ୍ତ ସ୍ଥାନରେ ଚଢାଉ ଜାରି ରଖିଛି ।
ଦୁଷ୍କର୍ମ ଅଭିଯୁକ୍ତ ଦାତି ମହାରାଜାଙ୍କୁ ଖୋଜିବାକୁ ଯାଇ ପୋଲିସ ରାଜସ୍ଥାନ ସ୍ଥିତ ପାଲି ଆଶ୍ରମରେ ଚଢାଉ କରିଥିଲା । ସେଠାରେ ଜାଣିବାକୁ ମିଳିଲା ଯେ ଆଶ୍ରମରେ ରହୁଥିବା ୭୦୦ ମହିଳାଙ୍କ ମଧ୍ୟରୁ ୬୦୦ ମହିଳା ଗାୟବ ଅଛନ୍ତି । ଏନେଇ ପୋଲିସର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ତଦନ୍ତ କରାଯାଉଛି ।
ପ୍ରକାଶ ଥାଉ କି, ଦୀର୍ଘ ଦଶ ବର୍ଷ ପୂର୍ବ ପିଡୀତା ଜଣଙ୍କ ବାବଙ୍କର ରାଜସ୍ଥାନ ସ୍ଥିତ ଆଶ୍ରମକୁ ପାଠ ପଢିବାକୁ ଆସିଥିଲେ । ୨୦୧୬ ମସିହାରେ ଅଭିଯୁକ୍ତ ଦାତି ମହାରାଜ ତାଙ୍କ ଦୁଇ ଭାଇଙ୍କ ସମେତ ତାଙ୍କ ସହଯୋଗୀଙ୍କ ସହ ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ପିଡୀତା ନିଜେ ଥାନାରେ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ଏବେ ପୋଲିସ ତାର ଛାନଭିନ ଚଳାଇଛି ।